ସଙ୍ଗୀତ କନ୍‌ସର୍ଟ ‘ଏଲାଇଟ୍‌ ଷ୍ଟୁଡିଓ-୨୦୧୯’

ଭୁବନେଶ୍ବର: ଏଲାଇଟ୍‌ ମ୍ୟୁଜିକ ସର୍କଲସ୍‌ର ୭ମ ସଙ୍ଗୀତ କନ୍‌ସର୍ଟ ‘ଏଲାଇଟ୍‌ ଷ୍ଟୁଡିଓ -୨୦୧୯’ ଆଜି ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଅତ୍ୟାଧୁନିକ ବାଦ୍ୟଯନ୍ତ୍ରର ଧୁନ୍‌ ସହ ପୁରୁଣା ଓ ନୂଆ ଗୀତର ସୁମଧୁର ଝଙ୍କାରରେ ଦର୍ଶକ ବିମୋହିତ ହୋଇଥିଲେ। ସଙ୍ଗୀତ ନିର୍ଦେଶକ ବିଦ୍ୟୁତ୍‌ ରାୟ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ କଣ୍ଠଶିଳ୍ପୀ ଗୌତମ, କୁମାର ବିଷ୍ଣୁ, ସୁରଜ,‌ ଲୋଭା, ବବିତା, କୌଶିକ, ଶ୍ବେତା, ସିଦ୍ଧାନ୍ତ, ଅଙ୍କିତା ଓ ଅମ୍ରିତା ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ନାଟ୍ୟ ବ୍ୟକ୍ତିତ୍ବ ଅନ୍ତର୍ଯ୍ୟାମୀ ପଣ୍ଡା ଓ ବସନ୍ତ ତିଆଡ଼ି ଅତିଥି ଭାବେ ଯୋଗ ଦେଇଥିଲେ। ଗୁଲ୍‌ସନ୍‌ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର