ଭୁବନେଶ୍ବର : ‘ଯେଦିନୁ ପାଇଛି...’, ‘ଏ ଦୋସ୍ତି ହାମ ନେହିଁ ତୋେଡ଼େଙ୍ଗ...’, ‘ସତ୍ୟମ ଶିବମ୍ ସୁନ୍ଦରମ୍...’ ପରି ଅନେକ ମନଛୁଆଁ ଗୀତ ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଭାଷାର ପରିବେଷିତ ହୋଇଥିଲା ଜୟଦେବ ଭବନ ପ୍ରୋକ୍ଷାଳୟରେ। ଅବସର ଥିଲା ପରିଚୟର ତୃତୀୟ ବାର୍ଷିକ ଉତ୍ସବ। ସେଥିପାଇଁ ପରିଚୟ ଏବଂ ସାଜ୍ ଓ ଆୱାଜ ପକ୍ଷରୁ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ମଞ୍ଚରେ ୨୫ଟି ଗୀତ ପରିବେଷିତ ହୋଇଥିଲା। ଏହି ଗୀତଗୁଡ଼ିକୁ ଗାଇଥିଲେ ସ୍ବପ୍ନା ପାତ୍ର, ଦେବାଶିଷ ମହାନ୍ତି, ବି.କେ ତ୍ରିପାଠୀ, ଲୋଭା ବିଶ୍ବାଳ, ବୁବୁ, ବନଜା ମହାନ୍ତି, ଶ୍ବେତା ମିଶ୍ର, ଶ୍ରୀମା ମହାନ୍ତି, ସିଦ୍ଧାନ୍ତ ଶତପଥୀ ଓ ଅଭିଜିତ ପାଢ଼ୀ। ଆଜିର ଏହି ସଙ୍ଗୀତ ସନ୍ଧ୍ୟାରେ ଏଭରଗ୍ରିନ ଅନୁଷ୍ଠାନର ପ୍ରତିଷ୍ଠାତା କମଳାକାନ୍ତ ମହାନ୍ତି, ଚିତ୍ରକର ଲଲାଟେନ୍ଦୁ ରଥ, ସାଜ୍ ଓ ଆୱାଜ ପ୍ରତିଷ୍ଠାତା ରାମପ୍ରସାଦ ପାତ୍ର, ଗୁରୁ ସେରାଜ କୁମାର ପରିଡ଼ା ଓ ଭୁବନେଶ୍ବର ମ୍ୟୁଜିକ ସର୍କଲର ସମ୍ପାଦକ କ୍ଷୀରୋଦ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏଥର ପରିଚୟ ସମ୍ମାନରେ ଦେବ ଦାସ ଓ ଅବନିକାନ୍ତ ଦାସ ସମ୍ମାନିତ ହୋଇଥିଲେ। ସଙ୍ଗୀତରେ ସହଯୋଗ କରିଥିଲେ ଅଜୟ କୁମାର ଦାସ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ କମଲ କିରନ।
ପରିଚୟ, ସାଜ୍ ଓ ଆୱାଜ ପକ୍ଷରୁ ସଙ୍ଗୀତ ସନ୍ଧ୍ୟା
/sambad/media/post_attachments/wp-content/uploads/2018/10/parichaya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)