ଭୁବନେଶ୍ୱର : ସାମାଜିକ ତଥା ସାଂସ୍କୃତିକ ସଂଗଠନ ‘ପ୍ରଗତି’ ପକ୍ଷରୁ ଶିବ ମ୍ୟୁଜିକ୍ ସହଯୋଗରେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଛି ସଂଗୀତ ସନ୍ଧ୍ୟା ‘ତୁମ୍ ବିନ୍ ପଞ୍ଚମ୍ଦା’। ଆର୍ଡି ବର୍ମନ୍ଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ସଂଗୀତରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ କଣ୍ଠଶିଳ୍ପୀବୃନ୍ଦ। ପୁରୁଣା ଦିନର ବହୁ କାଳଜୟୀ ଗୀତ ଗାଇ ଶୁଣାଇଥିଲେ ଶିବ ପଟ୍ଟନାୟକ, ନାଭ୍ୟା, ଗୌତମ, ଶେଫାଳି, ମାମାଲି, ବିଶ୍ୱଜିତ୍ ଓ ସୁଧାଂଶୁ। ବିଦ୍ୟୁତ ରାୟ ସଂଗୀତ ପରିଚାଳନା କରିଥିଲେ। ଆୟକର ଆୟୁକ୍ତ ଶରତ କୁମାର ଦାସ, ପ୍ରଶାସକ ପିକେ ହୋତା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ସଭାପତି ଗୋବିନ୍ଦପଦ ଭଂଜଚୌଧୁରୀ, ସାଧାରଣ ସମ୍ପାଦକ ସୁଧାଂଶୁ ମାରିକ୍, ଉପଦେଷ୍ଟା ଏସ୍କେ ତାମୋଟିଆ, ଏସ୍କେ ମିତ୍ର ଓ ଉଦୟନ ବୋଷ ପ୍ରମୁଖ ଉପସ୍ଥିତ ଥିଲେ। ଗୁଲସନ ନଦିମ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ସଂଗୀତରେ ପଞ୍ଚମଦାଙ୍କୁ ଶ୍ରଦ୍ଧାଞ୍ଜଳି
/sambad/media/post_attachments/wp-content/uploads/2018/01/sangeet.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)