ସ୍ୱତନ୍ତ୍ର ସଂଗୀତ ସଂଧ୍ୟା ‘ଝଙ୍କାର’

ଭୁବନେଶ୍ୱର : ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତର ଦୁଇ ଗୁରୁତ୍ୱପୁର୍ଣ୍ଣ ବାଦ୍ୟଯନ୍ତ୍ର ସୀତାର ଓ ସରୋଦକୁ ନେଇ ଏକ ସ୍ୱତନ୍ତ୍ର ସଂଗୀତ ସଂଧ୍ୟା ‘ଝଙ୍କାର’ ସ୍ଥାନୀୟ ଇଡ୍‌କଲ୍‌ ଅଡିଟୋରିୟମ୍‌ଠରେ ଅନୁଷ୍ଠିତ ହୋଇଯାଇଛି। ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ୍‌, ମିତାଲି ଚିନାରା, ନନି ଗୋପାଳ ଦାସ ଓ ସୁଧାଂଶୁ ମାରିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସୀତାର ବାଦକ ଲକ୍ଷ୍ୟ ମୋହନ ରାଗ ବିରାଗ ଓ ରୂପକ୍‌ ତାଲ, ତିନ୍‌ ତାଲ୍‌ରେ ସୀତାର ବାଦନ କରିଥିବାବେଳେ ସରୋଦ ବାଦକ ଆୟୁଷ ମୋହନ ରାଗ ଯୋଗ ଓ ତିନ୍‌ ତାଲ୍‌ରେ ସରୋଦ ବାଦନ କରିଥିଲେ।

ସମ୍ବନ୍ଧିତ ଖବର