ସଙ୍ଗୀତା ଗୋସାଇଁଙ୍କୁ ‘ସୁରତରଙ୍ଗ ଶୀର୍ଷ ସମ୍ମାନ’

ଭୁବନେଶ୍ୱର: ସାଂସ୍କୃତିକ ଅନୁଷ୍ଠାନ ‘ସୁର ତରଙ୍ଗ’ର ୨୪ତମ ବାର୍ଷିକ ଉତ୍ସବ ଆଜି ରବୀନ୍ଦ୍ରମଣ୍ଡପରେ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ସମ୍ପାଦକ ପିୟୁଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ପ୍ରଶାସକ ବିଜୟ କୁମାର ନାୟକ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ମହାନ୍ତି, ଉପଦେଷ୍ଟା ମୁରଲୀ ଶର୍ମା, ସଭାପତି ସମୀର ମହାନ୍ତି, ଉପସଭାପତି ପ୍ରଗତି ମହାନ୍ତି ଯୋଗଦେଇଥିଲେ।

ଏହି ଅବସରରେ ବିଶିଷ୍ଟ ସଙ୍ଗୀତ ଶିଳ୍ପୀ ତଥା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ସଙ୍ଗୀତା ଗୋସାଇଁଙ୍କୁ ‘ସୁରତରଙ୍ଗ ଶୀର୍ଷ ସମ୍ମାନ’ ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ସଙ୍ଗଠକ ଭାବେ ବ୍ରଜକିଶୋର ଦାଶ, କ୍ରୀଡ଼ା କ୍ଷେତ୍ର ଲାଗି ଅର୍ପିତା ବିଶୋଇ, େଓ୍ଵଣ୍ଡେଲ ଆନ୍ଥୋନି ରେଡେନ, ସ୍ୱପ୍ନାରାଣୀ ପାତ୍ର, ସଂଗ୍ରାମ ମହାନ୍ତି, ରତିକାନ୍ତ ତ୍ରିପାଠୀ, ରଞ୍ଜିତା ମହାନ୍ତି, ଜ୍ୟୋତିର୍ମୟୀ ନାୟକ, ଯାଜ୍ଞସେନୀ ପାୟକଙ୍କୁ ‘ସୁର ତରଙ୍ଗ ସମ୍ମାନ’ ପ୍ରଦାନ କରାଯାଇଥିଲା। ପରେ ନବୀନ ଓ ପ୍ରବୀଣ କଣ୍ଠଶିଳ୍ପୀଙ୍କ ଦ୍ୱାରା ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର