ଭୁବନେଶ୍ୱର: ୬୪ ନମ୍ବର ୱାର୍ଡରେ କାମ ବନ୍ଦ କରିଛନ୍ତି ସଫେଇ କର୍ମଚାରୀ। ଗତକାଲି ସଫେଇ କର୍ମଚାରୀ ଗୋଲାପ ମାହାରଙ୍କ ମୃତ୍ୟୁ ପରେ ଆଜି କାମ ବନ୍ଦ କରିଛନ୍ତି ସଫେଇ କର୍ମଚାରୀ।
ଖଣ୍ଡଗିରି ନିକଟ ପଞ୍ଚସଖା ନଗରରେ ସଫେଇ କାମ ଚାଲିଥିବା ବେଳେ ଗୋଲାପ ଅସୁସ୍ଥ ହୋଇପଡ଼ିଥିଲେ। ସେ ପୂର୍ବରୁ ଅସୁସ୍ଥ ଥିବାରୁ ଖରାରେ କାମ ନକରିବା ପାଇଁ ସାନିଟାରି ଇନ୍ସପେକ୍ଟରଙ୍କୁ ନିବେଦନ କରିଥିଲେ। କିନ୍ତୁ କାମ କରୁଥିବା ବେଳେ ସେ ଅଧିକ ଅସୁସ୍ଥ ହୋଇଥିଲେ। ଘରେ ଯାଇ ବିଶ୍ରାମ ନେବାର କିଛି ଘଣ୍ଟା ପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନା ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ସାନିଟାରି ଇନ୍ସପେକ୍ଟରଙ୍କ ଅବହେଳା ଯୋଗୁଁ ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସଫେଇ ମଜଦୁର ସଂଘ ଅଭିଯୋଗ କରିଛି।