ସ୍ଥଗିତ ରହିଲା ଅଗ୍ନିଶମ ବାହିନୀ ପକ୍ଷରୁ ରାଜଧାନୀରେ କରାଯାଉଥିବା ବିଶୋଧନ ପ୍ରକ୍ରିୟା

ଭୁବନେଶ୍ବର : ଅଗ୍ନିଶମ ବାହିନୀ ପକ୍ଷରୁ ରାଜଧାନୀରେ କରା ଯାଉଥିବା ବିଶୋଧନ ପ୍ରକ୍ରିୟା ସାମୟିକ ଭାବେ ସ୍ଥଗିତ ରଖାଯାଇଛି। କରୋନା ସଂକ୍ରମଣ ରୋକିବା ଲାଗି କରାଯାଉଥିବା ଏହି ବିଶୋଧନ ପ୍ରକ୍ରିୟା ବାତ୍ୟା ଅମ୍ଫାନ ପର‌ିପ୍ରେକ୍ଷୀରେ ସ୍ଥଗିତ ରଖାଯାଇଥିବା ଜଣେ ଅଧିକାରୀ କହିଛନ୍ତି। କିନ୍ତୁ ଏହି ବିଶୋଧନ ଶରୀର ପାଇଁ କ୍ଷତିକାରକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଦେବା ପରେ ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା କୁହାଯାଉଛି।

ଏଠାରେ ଉଲ୍ଲେଖଯୋଗ୍ୟ, ରାସ୍ତାଘାଟ, ଜନଗହଳିପୂର୍ଣ୍ଣ ଅଞ୍ଚଳ, ହାଟ, ପ୍ରତିଷ୍ଠାନ ବର୍ତ୍ତମାନର ରାସାୟନିକ ବିଶୋଧନ ସ୍ବାସ୍ଥ୍ୟ ପକ୍ଷରେ କ୍ଷତିକାରକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗତ ୧୭ ତାରିଖରେ ରିପୋର୍ଟ ପ୍ରକାଶ କରାଯାଇଥିଲା।

ସମ୍ବନ୍ଧିତ ଖବର