ବାଲିଅନ୍ତା: ବାଲିଅନ୍ତା ବ୍ଲକ ପ୍ରଶାସନ ତତ୍ତ୍ବାବଧାନରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନ ସାନିଟାଇଜ କରାଯାଇଛି। ସ୍ଥାନୀୟ ଅଗ୍ନିଶମ ବିଭାଗରୁ ମିଳିଥିବା ସୂଚନା ମୁତାବକ ବାଳକାଟି ସାପ୍ତାହିକ ହାଟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ଓ ପଞ୍ଚାୟତ ପରିସର ସମେତ ରଙ୍ଗବଜାର ଓ ବାଲିଅନ୍ତା ବଜାରରେ ବିଶୋଧକ ଦ୍ରବ୍ୟ ମିଶ୍ରିତ ପାଣି ସ୍ପ୍ରେ କରାଯାଇଥିଲା। ଉପରୋକ୍ତ ୩ଟି ଯାକ ସ୍ଥାନ ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ କରୋନା ସଂକ୍ରମଣର ଆଶଙ୍କା ଥିବା ଦୃଷ୍ଟିରୁ ପ୍ରାଥମିକ ଭାବେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ବାଲିଅନ୍ତା ଅଗ୍ନିଶମ ସେବା କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ପ୍ରଧାନଙ୍କ ସମେତ ବିଡିଓ ଆଦିକନ୍ଦ ବେହେରା ଓ ସରପଞ୍ଚ ଭାଗ୍ୟଧର ନନ୍ଦୀ କାର୍ଯ୍ୟ ତଦାରଖ କରିଥିଲେ।
ବାଲିଅନ୍ତା ଅଞ୍ଚଳ ବିଶୋଧନ ହେଲା
/sambad/media/post_attachments/wp-content/uploads/2020/04/8dg7j98dg7j98dg7j98dgjdgjjjjjjjjjjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)