ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ ସାଞ୍ଚି

ଦିଲ୍ଲୀ କମନ୍‌ୱେଲ୍‌ଥ ଚେସ୍‌ ଚାମ୍ପିଆନ୍‌ସିପ୍‌-୨୦୧୮

ଚନ୍ଦ୍ରଶେଖରପୁର: ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା କମନ୍‌ୱେଲ୍‌ଥ ଚେସ୍‌ ଚାମ୍ପିଆନ୍‌ସିପ୍‌-୨୦୧୮ ରେ ଓଡ଼ିଶା ପକ୍ଷରୁ ସାଇ  ଇଣ୍ଟରନ୍ୟାସନାଲ୍‌ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ସାଞ୍ଚ ସାହୁ ପ୍ରତିନିଧିତ୍ୱ କରିବେ। ୧୦ ବର୍ଷରୁ କମ୍‌ ବାଳିବା ବିଭାଗରେ ସେ ଓଡ଼ିଶାରୁ ଏକ ମାତ୍ର ପ୍ରତିଯୋଗୀ ଭାବେ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି। ଜୁନ୍‌୨୫ ରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଚାମ୍ପିଆନ୍‌ସିପ୍‌ ଦିଲ୍ଲୀର ଚେସ୍‌ ଆସୋସିଏସନ୍‌ ତରଫରୁ ଲିଲା ଆମ୍ବିଏନ୍ସ କନ୍‌ଭେସନ୍‌ ହୋଟେଲ୍‌ରେ ଆୟୋଜିତ କରାଯିବାର କାର୍ଯ୍ୟକ୍ରମ ରହିଅଛି। ସାଞ୍ଚଙ୍କର ଫାଇଡ୍‌ ରେଟିଂ ୧୧୨୦ ରହିଛି। ଏହି ଅବସରରେ ଅନୁଷ୍ଠାନର ଚେୟାରମ୍ୟାନ୍‌ ବିଜୟ କୁମାର ସାହୁ ସାଞ୍ଚଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର