ଷୋଡ଼ଶ ସଂସ୍କୃତି ଚର୍ଚ୍ଚା : ରୋବଟ୍‌ ବି ହୃଦୟକୁ ବୁଝି ପାରିବ!

ଭୁବନେଶ୍ୱର : ରାଜ୍ୟ ଅଭିଲେଖାଗାର ସମ୍ମିଳନୀ ଗୃହରେ ଷୋଡ଼ଶ ସଂସ୍କୃତି ଚର୍ଚ୍ଚା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ବିଭାଗର ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଭାଷା ଓ ସଂସ୍କୃତି ବିଷୟରେ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। ଓଡ଼ିଶା ବିଜ୍ଞାନ ଏକାଡେମିର ସଭାପତି ସଂଘମିତ୍ରା ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରଯୁକ୍ତି ବିଦ୍ୟା ଓ ସଂସ୍କୃତିର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ସୂଚନା ଦେବା ସହ ରୋବଟ୍‌ ଓ ମଣିଷ ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ଆଲୋଚନା କରିଥିଲେ। ସେ କହିଲେ ଯେ, ଯୋଗାଯୋଗର ମୁଖ୍ୟ ମାଧ୍ୟମ ହେଉଛି କହିବା ଓ ଲେଖିବା ପ୍ରଣାଳୀ। ଯାହାକୁ ମଣିଷ ଅତି ସହଜରେ କରିପାରେ। ବର୍ତ୍ତମାନ ରୋବଟ୍‌ କେମିତି ମଣିଷ ପରି ଲେଖିପାରିବ, କହିପାରିବ ଓ ହୃଦୟକୁ ବୁଝିପାରିବ ସେହି ବିଷୟରେ ଗବେଷଣା ଚାଲିଛି। ଏହା ସହିତ ସେ ଛୋଟ ପିଲାମାନେ କମ୍ପ୍ୟୁଟର୍‌ ସାହାଯ୍ୟରେ କିପରି ବର୍ଣ୍ଣବୋଧ ପଢ଼ିପାରିବେ ସେ ବିଷୟରେ କହିଥିଲେ। ଏହି ଅବସରରେ ରଜତ କର ଓ ବରଦା ପ୍ରସନ୍ନ ଦାସ ଏ ସଂପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ରାଜ୍ୟ ଅଭିଲୋଖାଗାରର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ପ୍ରାରାମ୍ଭିକ ଭାଷଣ ଦେଇଥିଲେ। ଶେଷରେ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶିକା ସଂଘମିତ୍ର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର