ଧଉଳି: ଅନାବନା ଗଛ ଭିତରେ ଲୁଚି ଗଲେଣି ଭଗବାନ ବୁଦ୍ଧଦେବ। ପ୍ରତିମୂର୍ତି ଚାରି ପାଖ ଗଛଲତାରେ ଭର୍ତି। ପ୍ରତିମୂର୍ତି ଥିବା ପିଣ୍ଡି ଉପରେ ଗଡ଼ୁଛି ଖାଲି ମଦ ବୋତଲ ଏବଂ ଅନ୍ୟାନ୍ୟ ସାମଗ୍ରୀ। ରକ୍ଷଣାବେକ୍ଷଣ ଅଭାବରୁ ସୌନ୍ଦର୍ଯ୍ୟ ବୃଦ୍ଧି ଓ ପର୍ଯ୍ୟଟକଙ୍କ ଆକର୍ଷଣ ଲାଗି ତିଆରି ହୋଇଥିବା ଶାନ୍ତି ପାର୍କ ଏବେ ତାର ସୌନ୍ଦର୍ଯ୍ୟ ହରାଇ ବସିଛି। ଏ ନେଇ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଧଉଳି ଶାନ୍ତିସ୍ତୂପ ପରିସରର ସାମଗ୍ରିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଲାଗି ପ୍ରତି ଆର୍ଥିକ ବର୍ଷରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିପୁଳ ପରିମାଣର ଅର୍ଥ ଯୋଗାଇ ଦିଆଯାଉଛି। ହେଲେ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀଙ୍କ ଚରମ ଅବହେଳା ତଥା ଦାୟିତ୍ୱହୀନତା ଯୋଗୁଁ ଏହାର ଆଶାନୁରୂପ ବିକାଶ ସମ୍ଭବ ହୋଇପାରିନି। ରକ୍ଷଣାବେକ୍ଷଣ ଅଭାବରୁ ଶାନ୍ତି ପାର୍କ ଉଜୁଡ଼ି ଗଲାଣି। ଧଉଳି ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ଏହା ଭିତରେ ସ୍ଥାପିତ ହୋଇଥିବା ପ୍ରାୟ ୫ଫୁଟ୍ ଉଚ୍ଚତାର ୬ଟି ଭଗବାନ ବୁଦ୍ଧଦେବଙ୍କ ଫାଇଭର୍ ନିର୍ମିତ ପ୍ରତିମୂର୍ତ୍ତି ତାର ସୌନ୍ଦର୍ଯ୍ୟ ହରାଇଛି। ଅନାବନା ଗଛଲତା ମଧ୍ୟରେ ଏସବୁ ମୂର୍ତ୍ତି ଲୁଚିଗଲାଣି। ଉପରୋକ୍ତ ସ୍ଥାନରୁ ଗଛଲତା ସଫା କରିବା ଦିଗରେ ବିଭାଗ ପକ୍ଷରୁ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ପ୍ରତିମୂର୍ତ୍ତି ସ୍ଥାପିତ ପିଣ୍ଡି ଉପରେ ମଦ ବୋତଲ ଏବଂ ଅନ୍ୟନ୍ୟ ସାମଗ୍ରୀ ପଡ଼ିଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘବର୍ଷ ତଳେ ନିର୍ମିତ ହୋଇଥିବା ମୂର୍ତ୍ତି ଉପରୁ ରଙ୍ଗ ଛାଡ଼ି ବିକୃତ ଦିଶୁଥିଲେ ହେଁ ରଙ୍ଗ ଦିଆଯାଉ ନାହିଁ। ଏନେଇ ପର୍ଯ୍ୟଟକମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ୨୦୧୧/୧୨ ମସିହାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୬ ଲକ୍ଷ ଟଙ୍କା ବ୍ୟୟରେ ମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏ ଦିଗରେ କର୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।
ଶାନ୍ତିପାର୍କରେ ଲୁଚିଗଲେଣି ଭଗବାନ ବୁଦ୍ଧ
/sambad/media/post_attachments/wp-content/uploads/2018/07/balianta-budha-deba.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)