ଭୁବନେଶ୍ବର: ଯୁବତୀଙ୍କୁ ଅଶ୍ଳୀଳ ବ୍ୟବହାର ଏବଂ ପ୍ରତିବାଦ କରିବାରୁ ତାଙ୍କ ବାପାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଖାରବେଳନଗର ପୁଲିସ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଉଛି ସନ୍ତୋଷ ଦାସ ଓରଫ ବାବୁ। ୩ବର୍ଷ ତଳେ ୟୁନିଟ୍-୪ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ସସ୍ମିତା ପଣ୍ଡା ତାଙ୍କ ବାପାଙ୍କ ସହିତ ପୁସ୍ତକମେଳାକୁ ଆସିଥିବା ବେଳେ କିଛି ଯୁବକ ତାଙ୍କୁ ଖରାପ ବ୍ୟବହାର କରିଥିଲେ। ସସ୍ମିତାଙ୍କ ବାପା ଏହାକୁ ବିରୋଧ କରିବାରୁ ତାଙ୍କୁ କାଠ ଫାଳିଆରେ ନିସ୍ତୁକ ମାଡ଼ ମାରି ରକ୍ତାକ୍ତ କରିଦେଇଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ସଂଜୟ ରାଉତ ଓରଫ ଟିଙ୍କକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ। ତେବେ ଆଜି ପୁଲିସ ଫେରାର ବାବୁକୁ ଗିରଫ କରିଛି।
ଯୁବତୀଙ୍କୁ ଅଶ୍ଳୀଳ ବ୍ୟବହାର ମାମଲା: ଫେରାର୍ ସନ୍ତୋଷ ୩ ବର୍ଷ ପରେ ଗିରଫ
/sambad/media/post_attachments/wp-content/uploads/2021/08/arrest-new-indian-express.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)