ଚନ୍ଦ୍ରଶେଖରପୁର: ଘରୋଇ ଇଂରାଜୀ ମାଧ୍ୟମ ବିଧ୍ୟାଳୟରେ ଅନୁଷ୍ଠିତ ହେବ ଏକ ନିଆରା ପ୍ରତିଯୋଗିତା। ଛାତ୍ରଛାତ୍ରୀମାନେ ଓଡ଼ିଆରେ ନିଜ ବୋଉଙ୍କ ନିକଟକୁ ଲେଖିବେ ଚିଠି। ଏହା ଫଳରେ ଇଂରାଜୀ ପାଠ ପଢ଼ୁଥିବା ପିଲାମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ଜ୍ଞାନ ବୃଦ୍ଧି ପାଇବ। ପ୍ରଥମେ ଓଡିଏମ୍ ସ୍କୁଲରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ। ଏପରି କାର୍ଯ୍ୟକ୍ରମକୁ ସାରା ରାଜ୍ୟରେ ଏମ୍ବିସି ଟିଭି ଓ ମଣିହାରା ଭିଜନ ପ୍ରାଇଭେଟ୍ ଲିମିଟେଡ୍ ଆୟୋଜନ କରିବେ। ଏମ୍ବିସି ଟିଭି ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଆୟୋଜିତ ଶାରଳା ବିଶ୍ବଭାଷା ସମ୍ମିଳନୀର ଉଦ୍ଯାପନୀ ଉତ୍ସବରେ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ପିଲାଙ୍କୁ ଇଂରାଜୀ ସ୍କୁଲରେ ପଢ଼ାଇବା କିଛି ଭୁଲ୍ ନାହିଁ କିନ୍ତୁ ନିଜ ବାପା ମା’ ପିଲାମାନଙ୍କୁ ମାତୃଭାଷା ଶିଖାଇବା ଆବଶ୍ୟକ। ଅଭିଭାବକ ମାତୃଭାଷା କହିଲେ, ପିଲାମାନେ ଆପେଆପେ କହିବେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସାଂସଦ ସସ୍ମିତ ପାତ୍ରଙ୍କ ସମେତ ଏମବିସି ଟିଭିର ଅଧକ୍ଷ ବିଶ୍ୱନାଥ ଶତପଥୀ ଏବଂ ଓଡିଏମ ସ୍କୁଲର ଅଧକ୍ଷ ଡ. ସତ୍ୟବ୍ରତ ମୀନକେତନ ଅତିଥି ଭାବେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନ ପକ୍ଷରୁ ପ୍ରବାଦ ପୁରୁଷ ଶାରଳା ସମ୍ମାନ, ନବଗୁଞ୍ଜର ସମ୍ମାନ, ସାହିତ୍ୟ ସମ୍ମାନ ପାଇଁ ମନୋନୀତ ବ୍ୟକ୍ତିଙ୍କୁ ଅତିଥିମାନେ ପୁରସ୍କୃତ କରିବା ସହ ଅନ୍ୟ ୧୧ଟି ଶାରଳା ଭାଷା ସମ୍ମାନ ପ୍ରଦାନ କରାଯାଇଥିଲା।
ଶାରଳା ବିଶ୍ବଭାଷା ସମ୍ମିଳନୀ ଉଦ୍ଯାପିତ: ପିଲାଏ ଲେଖିବେ ବୋଉ’କୁ ଚିଠି
/sambad/media/post_attachments/wp-content/uploads/2020/01/65df4h98sf7h498sf7h89sf7h89sfhhhhhhhhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)