ବାଲିଅନ୍ତା : ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୧୧ଟି ୱାର୍ଡକୁ ସିଲ କରାଯାଇଛି। ସରପଞ୍ଚ ବିଜୟ ସାହୁ ଖୋଦ୍ ଏହି କଟକଣା ଜାରି କରିଛନ୍ତି। ୧୩ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ କଟକଣା ଜାରି ରହିବ ବୋଲି ଘୋଷଣା କରାଯାଇଛି। କିନ୍ତୁ ଆଜି ନିଜେ ସରପଞ୍ଚ ଶ୍ରୀ ସାହୁ କଟକଣାକୁ ଭାଙ୍ଗିବା ଅଭିଯୋଗ ହୋଇଛି। ଗ୍ରାମ ପ୍ରବେଶ ପଥରେ ପଞ୍ଚାୟତ ପକ୍ଷରୁ ବନ୍ଧା ଯାଇଥିବା ବାଉଁଶ ବ୍ୟାରିକେଡ୍ ଭାଙ୍ଗି ଟ୍ରକ ଯୋଗେ ନିଜ ଦୋକାନକୁ ଲୁହାଛଡ଼ ଆଣିଥିବା ଅଭିଯୋଗ ହୋଇଛି। ଏ ନେଇ ସରପଞ୍ଚଙ୍କ ବିରୋଧରେ ଗ୍ରାମବାସୀମାନେ ବାଲିଅନ୍ତା ଥାନା ଓ ବାଲିଅନ୍ତା ତହସିଲରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ବାଲିଅନ୍ତା ଭାରପ୍ରାପ୍ତ ତହସିଲଦାର ସଂଯୁକ୍ତା ସ୍ବାଇଁ ଉକ୍ତ ଲୁହାଛଡ଼ ବୋଝେଇ ଟ୍ରକ୍କୁ ଜବତ କରି ବାଲିଅନ୍ତା ଥାନା ଜିମା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବଇଁଚୁଆ ମାର୍କେଟ୍ କମ୍ପ୍ଲେକ୍ସରେ ସରପଞ୍ଚ ଶ୍ରୀ ସାହୁଙ୍କର ଲୁଡାଛଡ଼ ଏବଂ ସିମେଣ୍ଟ ଦୋକାନ ଅଛି।
ବାଲିଅନ୍ତା : କୋଭିଡ୍ ନିୟମ ମାନିଲେନି ସରପଞ୍ଚ
/sambad/media/post_attachments/wp-content/uploads/2020/07/Truck.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)