ପରିବେଶଭିତ୍ତିକ ସାରସ୍ବତ ସମାବେଶ

ଭୁବନେଶ୍ବର: ଭୁବନେଶ୍ୱର ‘ସମ୍ବାଦ’ ସାହିତ୍ୟ ଘର, ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ପ୍ରେରଣା ଓ ସ୍ମାଇଲ ପ୍ଲିଜ୍‌ର ମିଳିତ ସହଯୋଗରେ ରାମେଶ୍ବରଠାରେ ପରିବେଶ ଭିତ୍ତିକ ସ୍ବତନ୍ତ୍ର ସାରସ୍ବତ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରେରଣାର ସଭାପତି ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ବତ ସମାବେଶରେ ସମ୍ବାଦ ସାହିତ୍ୟ ଘରର ସଭାପତି ତଥା କବି ସରୋଜ ବଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ କବି ଓ କଥାକାର ଅଜୟ ସ୍ବାଇଁ ବକ୍ତବ୍ୟ ପ୍ରଦାନ କରି କହିଲେ, ସାହିତ୍ୟ ଓ ପ୍ରକୃତିର ସମ୍ପର୍କ ଅତ୍ୟନ୍ତ ନିବିଡ଼। ଯୁଗେ ଯୁଗେ କବି ଓ କଥାକାରମାନେ ପ୍ରକୃତି ପ୍ରତି ଅନୁରୁକ୍ତି ପ୍ରକାଶ କରି ଆସିଛନ୍ତି। ସାମ୍ପ୍ରତିକ ସ୍ଥିତିରେ କବିମାନେ ସେମାନଙ୍କର କୃତିରେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାର ବାର୍ତା ଦେବାକୁ ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପବିତ୍ର ମୋହନ କର, କବି ଶଙ୍କର ପରିଡ଼ା, ଅନ୍ତର୍ଯାମୀ ମିଶ୍ର, ବ୍ୟଙ୍ଗ କବି ଶ୍ରୀ ଶ୍ରୀ ହୁଗୁଳା ଗଛ ଓ ଜୀବନ ସମ୍ପର୍କରେ କବିତା ପାଠ କରିଥିଲେ। ଶୁଭଶ୍ରୀ ମିଶ୍ର, ମୌସୁମୀ ଦାସ ପ୍ରମୁଖ ପରିବେଶଭିତ୍ତିକ ଗଳ୍ପ ପାଠ କରିଥିଲେ। ଅପରାହ୍‌ଣ ଅଧିବେଶନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କବି ଓ କଥାକାରମାନେ ଗଛ ଓ ଜୀବନ ସମ୍ପର୍କରେ କବିତା ଓ ଗଳ୍ପ ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସ୍ମାଇଲ ପ୍ଲିଜର ସଂପାଦକ ଋଷି ପଟ୍ଟନାୟକ।

ସମ୍ବନ୍ଧିତ ଖବର