ବାଗ୍‌ଦେବୀଙ୍କୁ ଆବାହନ, ଶାମୁକାରେ ମା’ଙ୍କ ମୂର୍ତ୍ତି

ଭୁବନେଶ୍ବର: ସକାଳୁ ସକାଳୁ ଚଳଚଞ୍ଚଳ ହୋଇ ଉଠିଥିଲା ଶିକ୍ଷାନୁଷ୍ଠାନ। ନୂଆ ପୋଷାକ ପିନ୍ଧି ହାତରେ ଭୋଗ ଥାଳି, ଫୁଲ ଓ ପୂଜା ସାମଗ୍ରୀ ଧରି ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନକୁ ମୁହାଁଇଥି‌ଲେ। ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆରାଧନା ପାଇଁ ଏହିଭଳି ଏକ ପରିବେଶ ସୃଷ୍ଟି ହୋଇଥିଲା। ସଙ୍ଗୀତ ସାଧକମାନେ ନିଜ ବାଦ୍ୟଯନ୍ତ୍ର ଧରି ମା’ଙ୍କୁ ସଙ୍ଗୀତ ଅର୍ପଣ କରିଥିଲେ। କୁନିକୁନି ପିଲାମାନଙ୍କ ଶିକ୍ଷା ଆରମ୍ଭ ପାଇଁ ଅଭିଭାବକମାନେ ଦେବୀଙ୍କ ନିକଟରେ ଖଡ଼ି ଛୁଆଁଇଥିଲେ। ସ୍କୁଲ, କଲେଜ, ହଷ୍ଟେଲ୍‌ ଓ ବିଭିନ୍ନ କୋଚି˚ ସେଣ୍ଟରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସେହିପରି ପୂଜାକୁ ନିଆରା କରିବା ପାଇଁ ପ୍ରତିଯୋଗିତା ମଧ୍ୟ ଦେଖିବାକୁ ମିଳିଥିଲା। କିଏ ରାତି ଅଧରୁ ଉଠି ଫୁଲ ସ˚ଗ୍ରହ କରି ମା’ଙ୍କୁ ଫୁଲରେ ଛାଇ ଦେଇଥିଲା ତ’ କିଏ ମା’ଙ୍କୁ ସଜାଇବାରେ ମଗ୍ନ ଥିଲା। ଅଗରୁ, ଚନ୍ଦନ, ଧୂପ ଦୀପରେ ମା’ଙ୍କୁ ଆରାଧନା କରି ନିଜ ବହି ଛୁଆଁଇ ବିଦ୍ୟା ଆହରଣ ପାଇଁ ଆଶୀର୍ବାଦ ଲୋଡ଼ିଥିଲେ ଛାତ୍ରଛାତ୍ରୀ। ପରେ ପ୍ରସାଦ ସେବନ ଓ ଭୋଜିଭାତ ସାଙ୍ଗକୁ କିଛି ଅନୁଷ୍ଠାନରେ ସା˚ସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଦାତ୍ରୀଙ୍କୁ ଆଡ଼ମ୍ବର ସହକାରେ ଆବାହନ କିରଥିଲେ ଛାତ୍ରଛାତ୍ରୀ।

ଶାମୁକାରେ ମା’ଙ୍କ ମୂର୍ତ୍ତି
ଧଉଳି: ଧଉଳି ଶାନ୍ତିସ୍ତୂପ ପରିସରରେ ଥିବା ଚାରୁକଳା ମହାବିଦ୍ୟାଳୟର ଅଧ୍ୟୟନରତ ଶିଳ୍ପୀ ଛାତ୍ରଛାତ୍ରୀମାନେ ନିଆରା ଶୈଳୀରେ ଶାମୁକାରେ ୬ ଫୁଟ ଉଚ୍ଚତାର ସରସ୍ବତୀଙ୍କ ମୂର୍ତି ନିର୍ମାଣ କରି ପୂଜା କରିଛନ୍ତି। ଏଥିସହିତ ଏକଫୁଟ ଉଚ୍ଚର ଦେବୀଙ୍କ ବାହନ ହଂସର ମୂର୍ତି ମଧ୍ୟ ଶାମୁକାରେ ତିଆରି କରିଛନ୍ତି। ଏହି ମୂର୍ତି ନିର୍ମାଣ କରିବା ପାଇଁ ୪ବସ୍ତା ଶାମୁକା ବ୍ୟବହାର ହୋଇଛି। ଅଧ୍ୟାପକ ଚନ୍ଦନ କୁମାର ସାମଲ ଓ ମାନସ ରଂଜନ ନାୟକଙ୍କ ତତ୍ତ୍ବାବଧାନରେ ହୀରାଲାଲ ରାଉତ, ବିଶ୍ବରଂଜନ ଦାସ, ସୌମ୍ୟରଂଜନ ପୋଧ, ଅଂଶୁମାନ ସ୍ବାଇଁ, ସୁଜିତ ମହନ୍ତ, ରଞ୍ଜିତ ପାଣି, ଗୋପାଳକୃଷ୍ଣ ନାୟକ, ଜ୍ୟୋତିରଂଜନ ସାହୁ, ରାଜାରାମ ସ୍ବାଇଁ ଏବଂ ବିଶ୍ବଦୀପ ବିଶ୍ବାଳ ପ୍ରମୁଖ ଏହି ମୂର୍ତି ନିର୍ମାଣରେ ସାମିଲ ହୋଇଥିଲେ। ପୂଜା ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ, ସଂପାଦକ ମିହିରକାନ୍ତ ପ୍ରହରାଜ, କାର୍ଯ୍ୟକାରୀ ସଭାପତି ଡ. ହୃଷିକେଶ ମିଶ୍ର, ଅଧ୍ୟାପକ ରାମଶଙ୍କର ସାହୁ , ସସ୍ମିତା କାମିଳା, ଲକ୍ଷ୍ମୀଧର ସ୍ବାଇଁ, ନାରାୟଣ ପ୍ରଧାନ ଓ ବସନ୍ତ ପ୍ରଧାନ ପ୍ରମୁଖ ଉପସ୍ଥତ ରହି ବାଗଦେବୀଙ୍କ ପୂଜା କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

ଚନ୍ଦ୍ରଶେଖରପୁରରେ ସରସ୍ବତୀ ପୂଜା
ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଶିକ୍ଷାର ହବ୍‌ ପାଲଟିଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଛି। କିସ୍’ ବିଶ୍ବ ବିଦ୍ୟାଳୟରେ ଅନୁଷ୍ଠିତ ପୂଜାରେ ଚିତ୍ରକଳା ବିଭାଗ ଶିଳ୍ପୀମାନେ ୮ଫୁଟ ଉଚ୍ଚତାର ମା’ଙ୍କ ପ୍ରତିମୂର୍ତି ଗଢ଼ି ପୂଜା କରିଥିଲେ। ପୂଜାରେ ୨୭ହଜାର ଛାତ୍ରଛାତ୍ରୀଙ୍କୁ ନୂଆ ପୋଷାକ ବଣ୍ଟାଯାଇଥିଲା। କିଟ୍ ବିଶ୍ବ ବିଦ୍ୟାଳୟର କ୍ୟାମ୍ପସ୍ ୩ରେ ୨୫ହଜାର ଛାତ୍ରଛାତ୍ରୀ ପୂଜାରେ ସାମିଲ୍‌ ହୋଇଥିଲେ। ସେହିପରି କଳିଙ୍ଗ ସିନେ ଆର୍ଟସ୍ ପରିଚାଳିତ ‘କଳିଙ୍ଗ ଆକ୍ଟିଭିଟି ସେଣ୍ଟର୍’ରେ ଅନୁଷ୍ଠିତ ପୂଜାରେ ସଂଗଠନର ମୁଖ୍ୟ ପ୍ରିୟାଂଶୀ ପ୍ରତ୍ୟାଶା ପୂଜାରେ କର୍ତା ସାଜିଥିଲେ। ସଭାପତି ସୁଶାନ୍ତ ଦାସ ଓ ସମ୍ପାଦକ ବିଦ୍ୟାଧର ବାରିକଙ୍କ ସମେତ ସଭ୍ୟ କାଳୀଚରଣ ସିଂ, ସାଗରିକା ଦାସ, ମଧୁସ୍ମିତା ବାରିକ ଓ ଫକିରମୋହନ ଧଳ ପ୍ରମୁଖ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନୁଷ୍ଠାନର କଳାକାରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା।

ସମ୍ବନ୍ଧିତ ଖବର