‘ସମ୍ବାଦ’ ପ୍ରଭାବ : ୬ ମାସ ପରେ ସରସ୍ୱତୀଙ୍କୁ ଫେରିପାଇଲେ ପରିବାର

ଭୁବନେଶ୍ୱର : ଗତ ଜୁନ୍‌ ମାସରେ ମାନସିକ ବିକୃତି ଥିବା ସରସ୍ୱତୀ ବେହେରା ନିଜ ଘର ଛାଡ଼ି କେଉଁଆଡ଼େ ଚାଲିଯାଇଥିଲେ। ଘର ଲୋକ ଯେତେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇଥିଲେ। ତେବେ କମିସନରେଟ ପୁଲିସ ସରସ୍ୱତୀଙ୍କୁ ଉଦ୍ଧାର କରି ଓଡ଼ିଶା ପତିତ ଉଦ୍ଧାର ସମିତି ଦ୍ୱାରା ପରିଚାଳିତ ବିଏମ୍‌ସିର ଗଙ୍ଗନଗରସ୍ଥିତ ସହରାଞ୍ଚଳ ବାସହୀନ ଆଶ୍ରୟସ୍ଥଳୀରେ ଛାଡ଼ିଥିଲା। କିନ୍ତୁ ସରସ୍ୱତୀ ଆଶ୍ରୟସ୍ଥଳୀରେ ରହିବା ଦିନରୁ ନିଜ ପରିବାରକୁ ଝୁରି ହେଉଥିଲେ ହେଁ ନିଜ ଠିକଣା କହି ପାରୁନଥିଲେ। ଗତ ୧୮ ତାରିଖରେ ‘ସମ୍ବାଦ’ ମହାନଗର ପୃଷ୍ଠାରେ ‘ପୁଅକୁ ଝୁରି ଝୁରି ପାଗଳି ପାଲଟି ଗଲେଣି ସରସ୍ୱତୀ’ ଶୀର୍ଷକ ଖବର ଫଟୋ ସହ ପ୍ରକାଶ ପାଇଥିଲା। ଏହି ଖବରକୁ ପଢ଼ି ତହିଁ ପରଦିନ ସରସ୍ୱତୀଙ୍କ ପରିବାର ଆଶ୍ରୟସ୍ଥଳୀରୁ ସରସ୍ୱତୀଙ୍କୁ ଫେରିପାଇଛନ୍ତି। ପ୍ରାୟ ଛଅମାସ ପରେ ଉଭୟ ସରସ୍ୱତୀ ଓ ତାଙ୍କ ପରିବାର ପରସ୍ପରକୁ ଭେଟି ଖୁସିରେ ଆତ୍ମହରା ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର