ଭୁବନେଶ୍ୱର: ସଂଭାବନା ଟ୍ରଷ୍ଟର ପ୍ରତିଷ୍ଠା ଦିବସ ଏବଂ ଟ୍ରଷ୍ଟର ଅଧ୍ୟକ୍ଷ ତଥା ବିଶିଷ୍ଟ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଶରତ ଚନ୍ଦ୍ର ଭଦ୍ରଙ୍କ ଜନ୍ମ ଦିବସ ଅବସରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ହୋଟେଲ୍ କେଶରୀରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ ତ୍ରିପାଠୀ, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ସଭାପତି ସୁବାସ ସିଂହ, ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ଚାଟାର୍ଡ ଆକାଉଣ୍ଟାଣ୍ଟ୍ ରାଜୀବ ସାହୁ, ସଂଭାବନାର ଟ୍ରଷ୍ଟି ତପୁ ମିଶ୍ର ଓ ସ୍ମୃତି ମହାନ୍ତି, ସଙ୍ଗୀତକାର ନିମାକାନ୍ତ ରାଉତରାୟ ଓ ପ୍ରଦୀପ ଦାସ, ନୃତ୍ୟଗୁରୁ ଦେବବ୍ରତ, ଚିତ୍ରଶିଳ୍ପୀ ଗଜେନ୍ଦ୍ର ପାଢ଼ୀ, ସମାଜସେବୀ କସ୍ତୁରୀକା ପଟ୍ଟନାୟକ, ଦେବାଶିଷ ମହାପାତ୍ର, ସୁବ୍ରତ ପୃଷ୍ଟି, ପ୍ରଫେସର ପ୍ରେମ ପ୍ରକାଶ ସିଂହ, ଶାନ୍ତନୁ ପୃଷ୍ଟି ଓ ଅରୁଣ ନାୟକ ପ୍ରମୁଖ ଯୋଗ ଦେଇ ଶ୍ରୀ ଭଦ୍ରଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ। ସଂଭାବନାର ସମ୍ପାଦକ ଦେବ ପ୍ରସାଦ ପରିଜା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ଶରତ ଭଦ୍ରଙ୍କ ଜନ୍ମ ଦିବସ ପାଳନ
/sambad/media/post_attachments/wp-content/uploads/2018/07/SARAT-BHADRA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)