ଶରତ ମିଶ୍ରଙ୍କୁ ‘ଗ୍ଲୋରୀ ଅଫ୍‌ ଇଣ୍ଡିଆ’ ସମ୍ମାନ

ଭୁବନେଶ୍ୱର: ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଦେଶ ତଥା ବିଶ୍ୱସ୍ତରରେ ବିଶେଷ ଅବଦାନ ଲାଗି ଡ. ଶରତ ଚନ୍ଦ୍ର ମିଶ୍ରଙ୍କୁ ଇଣ୍ଡିଆ ଇନ୍‌ଣ୍ଟର୍‌ନ୍ୟାସ୍‌ନାଲ୍‌ ଫ୍ରେଣ୍ଡ୍‌ସିପ୍‌ ସୋସାଇଟି ପକ୍ଷରୁ ସମ୍ମାନଜନକ ‘ଗ୍ଲୋରୀ ଅଫ୍‌ ଇଣ୍ଡିଆ’ ସମ୍ମାନ ପ୍ରଦାନ କରାଯାଇଛି। ବ୍ୟାଙ୍କ୍‌କର ଏକ ହୋଟେଲ୍‌ରେ ଆୟୋଜିତ ବର୍ଣ୍ଣାଢ଼୍ୟ ସମ୍ବର୍ଧନା ପର୍ବରେ ଥାଇଲାଣ୍ଡ୍‌ର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଏଚ୍‌ ଇ କୋର୍ଣ୍ଣ ଦବ୍ବାରନ୍‌ସିଙ୍କଠାରୁ ଡ. ମିଶ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଡ. ମିଶ୍ର ଭାରତ ଓ ଥାଇଲାଣ୍ଡ୍‌ର ବନ୍ଧୁତ୍ୱକୁ ସୁଦୃଢ଼ କରିବାକୁ ଭାରତୀୟ ପ୍ରୋଜେକ୍ଟରେ ବୈଦେଶିକ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରି ନିଜକୁ ଜଣେ କର୍ମବୀର ଭାବେ ପ୍ରତିପାଦିତ କରିଛନ୍ତି। ଏହାସହ ସେ ଦେଶର ଅର୍ଥନୈତିକ ଉନ୍ନତିରେ ସହାୟକ ହୋଇପାରିଛନ୍ତି। ସେହିପରି ରୋଗୀସେବାରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ ତାଙ୍କୁ ବେଶ୍‌ ପ୍ରଶଂସିତ କରିଛି। ଇଣ୍ଡିଆ ଇନ୍‌ଣ୍ଟର୍‌ନ୍ୟାସ୍‌ନାଲ୍‌ ଫ୍ରେଣ୍ଡ୍‌ସିପ୍‌ ସୋସାଇଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି  ଭାରତ ଓ ଥାଇଲାଣ୍ଡ୍‌ର ସମ୍ପର୍କ ନିବିଡ଼ କରିବା ସହ ଭବିଷ୍ୟତରେ ମଧ୍ୟ ଏହା ଜାରି ରଖିବା।

ସମ୍ବନ୍ଧିତ ଖବର