ଭୁବନେଶ୍ବର : ସର୍ବକ୍ଷମା ଯୋଜନାରେ ସାମିଲ ହେବା ପାଇଁ ଆସିଥିବା ଆବେଦନରେ ଅନେକ ଜରୁରୀ କାଗଜପତ୍ରର ଅଭାବ ରହିଛି। ସେଗୁଡ଼ିକୁ ୧୪ ତାରିଖ ସୁଦ୍ଧା ଦାଖଲ କରିବାକୁ ସମୟ ସୀମା ଧାର୍ଯ୍ୟ କରିଛି ବିଡିଏ। ଏହି ସମୟସୀମା ମଧ୍ୟରେ ସେସବୁ ଦାଖଲ ନକଲେ ଆବେଦନପତ୍ର ଖାରଜ ହେବ ବୋଲି ବିଡିଏ ସ୍ପଷ୍ଟ କରିଛି।
ଆସନ୍ତା ଜାନୁଆରି ୧୫ ତାରିଖ ସୁଦ୍ଧା ବିଡିଏ ଏହି ସବୁ ଆବେଦନପତ୍ରଗୁଡ଼ିକର ବିଚାର କରିବାକୁ ଯାଉଛି। ଆବେଦନପତ୍ରଗୁଡ଼ିକର ଯାଞ୍ଚ ବେଳେ ଏଥିରେ କେତେଗୁଡ଼ିଏ ଜରୁରୀ କାଗଜପତ୍ର ଅଭାବ ଥିବାରୁ ବିଚାର ସମ୍ଭବ ହୋଇନାହିଁ। ତେଣୁ ୭ ଦିନ ଭିତରେ କାଗଜପତ୍ର ଜମା କରିବାକୁ ବିଡିଏ ଆବେଦନକାରୀଙ୍କୁ ଚେତାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/bda-1.jpg)