୨୨ରେ ଜୋନ୍‌ ସ୍ତରୀୟ ‘ବିତର୍କ’ ଓ ‘ସାରେଗାମା’ ପ୍ରତିଯୋଗିତା : ସମ୍ବାଦ ଭବନରେ ‘ବିତର୍କ’ ଓ ଇଡକଲ୍‌‌ରେ ‘ସାରେଗାମା’

ଭୁବନେଶ୍ବର : ‘ସମ୍ବାଦ’ର ୩୫ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଆସନ୍ତା ୨୨ ତାରିଖ(ରବିବାର) ଦିନ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହେବ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ପକ୍ଷରୁ ଆୟୋଜିତ ବିତର୍କ ଏବ˚ ‘ସମ୍ବାଦ’ ଓ ‘ରେଡିଓ ଚକଲେଟ୍‌’ ପକ୍ଷରୁ ଆୟୋଜିତ ‘ସାରେଗାମା’ ପ୍ରତିଯୋଗିତାରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ଭାଗ ନେଇପାରିବେ। ପୂର୍ବାହ୍ନ ୧୦ଟାରେ ପ୍ରତିଯୋଗିତା ଆରମ୍ଭ ହେବ। ଏହାର ଘଣ୍ଟାକ ପୂର୍ବରୁ ‘ବିତର୍କ’ର ବିଷୟବସ୍ତୁ ଜଣାଇ ଦିଆଯିବ। ‘ସାରେଗାମା’ରେ ଭାଗ ନେବାକୁ ଥିବା ପ୍ରତିଯୋଗୀମାନେ ଲଘୁକଣ୍ଠ ସ˚ଗୀତ ଗାଇବେ। ସମ୍ବାଦ ଭବନରେ ବିତର୍କ ପ୍ରତିଯୋଗିତା ଏବଂ ଇଡକଲ୍‌ ଅଡିଟୋରିୟମରେ ସାରେଗାମା ପ୍ରତିଯୋଗିତା ହେବ। ପ୍ରତିଯୋଗିତାରେ ଭାଗ ନେବା ପାଇଁ କୌଣସି ଫି’ ଦେବାକୁ ପଡ଼ିବନି।

ଏହି ପ୍ରତିଯୋଗିତାର ବିଶେଷତ୍ବ ହେଲା ପ୍ରତିଯୋଗିତା ଶେଷ ହେବା ପରେ ପରେ ହିଁ ଏହାର ବିଚାରକମାନେ କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରିବେ। ଆସନ୍ତା ଅକ୍ଟୋବର ୩ତାରିଖରେ ଭୁବନେଶ୍ବରରେ ଆୟୋଜନ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସେମାନେ ଭାଗ ନେବେ। ଏଥିରେ ଯେଉଁମାନେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ହେବେ ସେମାନଙ୍କୁ ଅକ୍ଟୋବର ୪ ତାରିଖରେ ‘ସମ୍ବାଦ’ର ବାର୍ଷିକ ଉତ୍ସବ ଅବସରରେ ସମ୍ବର୍ଦ୍ଧିତ କରାଯିବ। କୃତୀ ପ୍ରତିଯୋଗୀଙ୍କ ପାଇଁ ନଗଦ ଅର୍ଥ ରାଶି ପୁରସ୍କାରର ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର