ଗୋଲଡେନ୍ ଗୀତ ଗଜଲ ପକ୍ଷରୁ ‘ଶର୍ମିଲା ନାଇଟ୍‌’

ଭୁବନେଶ୍ବର: ଗୋଲଡେନ୍ ଗୀତ ଗଜଲ ପକ୍ଷରୁ ଆଜି ଜୟଦେବ ଭବନରେ ସଂଗୀତଭିତ୍ତିକ କାର୍ଯ୍ୟକ୍ରମ ‘ଶର୍ମିଲା ନାଇଟ୍‌’ ଅନୁଷ୍ଠିତ ହୋଇଯାଇଛି। ଏଥି‌ରେ ବହୁ ମନଛୁଆଁ ଓଡ଼ିଆ ଓ ହିନ୍ଦୀ ଗୀତ ପରିବେଷିତ ହୋଇଥିଲା। ସଂଜ ସକାଳ…, ଏଇ ଲଗନେ…, ଜାନେ କ୍ୟା ସୋଚ୍ କର…, ତୁମ୍ ଭି ଚଲୋ…., ତୁମ୍ ବିନ ଜିୟା ଜାଏ…., ଆଜ ମୌସମ୍…, ବନ୍ଦେ ମାତରଂ… ଭଳି ଅନେକ ଗୀତକୁ ଦର୍ଶକଙ୍କୁ ଭେଟି ଦେଇଥିଲେ ଅନୁଷ୍ଠାନର କଣ୍ଠଶିଳ୍ପୀ ମହମ୍ମଦ ଆବିଦ୍, ପ୍ରଭାତ କୁମାର, ଶୁଭ୍ରାଂଶୁ, ବିଶ୍ବରଂଜନ, ସ୍ବପ୍ନାପ୍ରିୟା, ପୁଷ୍କା, ସବିତା, ବନଜା ଓ କ୍ଷୀରଦ ପାତ୍ର। ବାଦ୍ୟଯନ୍ତ୍ରରେ ପ୍ରିୟରଂଜନ, ଦୁଷ୍ମନ୍ତ, ସଂଜୟ, ଶରତ, ଦେବାଶିଷ, କୁନା ଓ ଚିରଞ୍ଜୀବୀ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚଳଚ୍ଚିତ୍ର ପ୍ରଯୋଜକ ଜନ୍ମେଜୟ ଡଗରା, ଏସ୍‌.କେ ତାମୋଟିଆ, କମଳାକାନ୍ତ ମହାନ୍ତି, କ୍ଷୀରୋଦ ପାତ୍ର, ଅନୁଷ୍ଠାନର ମୁଖ୍ୟ ଶର୍ମିଲା ସିଂ ପତି ଓ ସଂପାଦକ ପ୍ରଭାତ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଗୁଲସନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର