ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ରଥିଜେମା ମହାଦେବ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ପଞ୍ଚଦଶ ସରୋଜ ସ୍ମାରକୀ ଦିବାରାତ୍ର କ୍ରିକେଟ୍ ପ୍ରତିଯୋଗିତାରେ ଭୁବନେଶ୍ବରର ରୟାଲ ଆଇଆରସି ଦଳ ବିଜେତା ହୋଇଛି। ଫାଇନାଲ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭୁବନେଶ୍ବରର ଷ୍ଟାର୍ ଇଲେଭେନ ୬ ଓଭରରେ ୬୬ ରନ୍ କରିଥିଲା।
ଜବାବରେ ରୟାଲ ଆଇଆରସି ମାତ୍ର ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା। ଦମଦାର ବ୍ୟାଟିଂ ପାଇଁ ଆଶିଷ ମହାପାତ୍ର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଏବଂ ଅଲ୍ ରାଉଣ୍ଡ୍ ପ୍ରଦର୍ଶନ ପାଇଁ ଦେବାଶିଷ ପାଟ୍ଟଶାଣୀ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଯୁବ ସମାଜସେବୀ ସତ୍ୟପ୍ରିୟ ବେହେରା, ବିଧୁଭୂଷଣ ପଟ୍ଟନାୟକ, ସିଦ୍ଧେଶ୍ବର ମହାନ୍ତି, ଗଙ୍ଗାଧର ମାହାରି, କପିଳ ମହାରଣା, ଚକ୍ରଧର ନାୟକ, ସରୋଜ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ପ୍ରକାଶ ମହାରଣା, ମୁନା ସାହୁ, ବାସୁଦେବ ସାହୁ, ଚନ୍ଦନ ସାହୁ, ଅର୍ପିତ ସାହୁ, ବାସୁଦେବ ଦାସ, ଅଜିତ ସାହୁ ଓ ଲିଟୁନ ସାହୁ।