ଶଶିଭୂଷଣ ମହାନ୍ତିଙ୍କ ‘ଅଭିଗ୍ରସ୍ତ ସମୟ’ ଲୋକାର୍ପିତ

ଭୁବନେଶ୍ବର: ଏଥେନା ବୁକ୍ସ ଓ ‘ସାଥୀ’ ଆନୁକୂଲ୍ୟରେ ସହିଦନଗରସ୍ଥିତ ବିଷ୍ଣୁମନ୍ଦିର ପରିସରରେ ଶଶିଭୂଷଣ ମହାନ୍ତିଙ୍କ ତୃତୀୟ ଉପନ୍ୟାସ ‘ଅଭିଗ୍ରସ୍ତ ସମୟ’ ଲୋକାର୍ପିତ ହୋଇଯାଇଛି। ପ୍ରକାଶକ ତଥା ଲେଖକ ରାଜକିଶୋର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକା ଶକୁନ୍ତଳା ବଳିଆରସିଂହ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ଏଥିରେ ସାହିତ୍ୟିକ ସତ୍ୟନାରାୟଣ ମହାପାତ୍ର ମୁଖ୍ୟ ଅତିଥି, ଦେବାଶିଷ ମହାପାତ୍ର ମୁଖ୍ୟବକ୍ତା, ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ ସ୍ବତନ୍ତ୍ର ଅତିଥି, ପ୍ରସନ୍ନ ନାୟକ, ସୁପ୍ରିୟା ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉପନ୍ୟାସ ଜୀବନର କଥା କହେ ଓ କାହାଣୀର ଗତିଶୀଳତା ସହ ପାଠକଙ୍କୁ ଆତ୍ମିକ ଅନୁଭବ ଦିଏ। ଶ୍ରୀ ମହାନ୍ତିଙ୍କ ଉପନ୍ୟାସ ‘ଅଭିଗ୍ରସ୍ତ ସମୟ’ ସେପରି କିଛି ଅନୁଭବର ସମ୍ମିଶ୍ରଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମକୁ ଜିତେନ୍ଦ୍ର କୁମାର ରଥ ପରିଚାଳନା କରିଥିବା ବେଳେ ଦୁର୍ଗାଚରଣ ଷଡ଼ଙ୍ଗୀ ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ ସାଥିର ସଦସ୍ୟ ଅଭିନ୍ନ ଚନ୍ଦ୍ର କର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର