ଡିଆର୍‌ଏମ୍‌ ଦାୟିତ୍ବ ନେଲେ ଶଶିକାନ୍ତ ସିଂହ

ଜଟଣୀ: ଖୋର୍ଧାରୋଡ୍ ରେଳ ମଣ୍ଡଳର ନୂଆ ପ୍ରବନ୍ଧକ ଭାବେ ଶଶିକାନ୍ତ ସିଂହ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶ୍ରୀ ସିଂହ ଆଜି ପୂର୍ବ ପ୍ରବନ୍ଧକ ବ୍ରଜମୋହନ ଅଗ୍ରୱାଲାଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଶ୍ରୀ ସିଂହ ୧୯୯୦ ମସିହାରେ ସର୍ବଭାରତୀୟ ରେଳ ଟ୍ରାଫିକ୍ ସେବାରେ ଯୋଗଦେବା ପରେ ଭାରତୀୟ ରେଳ ବିଭାଗରେ ବିଭିନ୍ନ ପଦପଦବିରେ କାର୍ଯ୍ୟ କରିବା ସହ ସେଣ୍ଟ୍ରାଲ୍ ରେଲ୍‌ୱେର ମୁମ୍ବାଇଠାରେ ମୁଖ୍ୟ ବାଣିଜ୍ୟ ପ୍ରବନ୍ଧକ ଭାବେ କାର୍ଯ୍ୟ କରି ପ୍ରଶଂସିତ ହୋଇଥିଲେ। ‌ଦାୟିତ୍ବ ନେବା ଅବସରରେ ଶ୍ରୀ ସିଂହ ରେଳଯାତ୍ରୀମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବେ ବୋଲି କହିଥିବା ମଣ୍ଡଳ ରେଳ ଲୋକ ସମ୍ପର୍କ ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ପ୍ରତାପ କିଶୋର ସାମଲ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର