ଶତାକ୍ଷୀ ମହିଳା ସଂଗଠନ ନବନିର୍ବାଚିତ କର୍ମକର୍ତାଙ୍କ ଶପଥ ପାଠ

ଭୁବନେଶ୍ୱର : କଳିଙ୍ଗ ବିହାର କେ-୪ସ୍ଥିତ ଶତାକ୍ଷୀ ମହିଳା ସଂଗଠନର ସାଧାରଣ ବୈଠକ ଆଜି ଅପରାହ୍ଣରେ ସଂଗଠନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ଓ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା। ପରେ ନବନିର୍ବାଚିତ କର୍ମକର୍ତାମାନେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ପୁରାତନ କର୍ମକର୍ତାମାନେ ନୂତନ କର୍ମକର୍ତାମାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଅନୁଷ୍ଠାନର ସଂପାଦିକା ମମତା ବିଶ୍ୱାଳଙ୍କ ସୂଚନା ଅନୁଯାୟୀ ସଭାପତି ଭାବେ ସବିତା ପୃଷ୍ଟି, ଉପ-ସଭାପତି ଭାବେ ଭାଗ୍ୟବତୀ ମଲ୍ଲିକ, ସଂପାଦିକା ମମତା ବିଶ୍ୱାଳ, ସହ-ସଂପାଦିକା ଭାବେ ମଧୁସ୍ମିତା ପାତ୍ର, କୋଷାଧ୍ୟକ୍ଷ ସୁଜାତାରାଣୀ ବେହେରା ଓ ସହ-କୋଷାଧ୍ୟକ୍ଷ ଭାବେ ବବିତା ଦାସ ନୂତନା କର୍ମକର୍ତା ଭାବେ ଶପଥ ନେଇଥିଲେ।

ସମ୍ବନ୍ଧିତ ଖବର