ଭୁବନେଶ୍ୱର : ସ୍ଥାନୀୟ ସତ୍ସଙ୍ଗ ବିହାରରେ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଏକ ବିଶେଷ ସତ୍ସଙ୍ଗ ଓ ନାମସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି। ସତ୍ସଙ୍ଗ ଫୋରମ୍ ହ୍ଵାଟ୍ସ୍ଆପ୍ ଗ୍ରୁପ୍ ପକ୍ଷରୁ ସତ୍ସଙ୍ଗ ବିହାର ପରିସରରେ ଥିବା ଋତାୟନୀ କକ୍ଷରେ ଏହା ଆୟୋଜିତ ହୋଇଥିଲା।
ସତ୍ସଙ୍ଗ ଫୋରମ୍ର ଚତୁର୍ଥ ବାର୍ଷିକୀ ଅବସରରେ ଆୟୋଜନ କରାଯାଇଥିବା ଏହି ସତ୍ସଙ୍ଗରେ ସହ-ପ୍ରତି-ଋତ୍ବିକ ଶ୍ରୀ ଚକ୍ରଧାରୀ ନାୟକଙ୍କ ପରିଚାଳନାରେ ଭଜନ କୀର୍ତ୍ତନ ପରିବେଷଣ ହୋଇଥିଲା। ଏହାପରେ ଫୋରମ ପକ୍ଷରୁ ଶ୍ରୀ ସିଦ୍ଧେଶ୍ୱର ଦଳାଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଆଜିର ସମୟରେ ଶ୍ରୀଶ୍ରୀଠାକୁରଙ୍କ ଭାବଧାରାର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ ସହ-ପ୍ରତି-ଋତ୍ବିକ ଶ୍ରୀ ତାପସ କୁମାର ସାହୁ । ଏହାପରେ ସହ-ପ୍ରତି-ଋତ୍ବିକ ଶ୍ରୀ ବୈରାଗୀ ଚରଣ ସାହୁ ଶ୍ରୀଶ୍ରୀଠାକୁରଙ୍କ ଗୀତିବାଣୀ ପରିବେଷଣ କରିଥିଲେ। ସହ-ପ୍ରତି-ଋତ୍ବିକ ଶ୍ରୀ ଗୋପୀନାଥ ତ୍ରିପାଠୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସତସଙ୍ଗ ସମାବେଶର ଆୟୋଜନ କରିଥିଲେ ସତସଙ୍ଗ ଫୋରମ୍ ଗ୍ରୁପ୍ର ଆଡମିନ୍ ସତ୍ୟରଞ୍ଜନ ପ୍ରଧାନ।