ଭୁବନେଶ୍ବର: ‘ସତ୍ୟନଗର ଲେଡିଜ ଫୋରମ୍’ ପକ୍ଷରୁ ଆଜି ୟୁନିଟ୍-୯ସ୍ଥିତ ରୋଟାରି ଭବନଠାରେ ଅନ୍ତର୍ଜାତୀୟ ମହିଳା ଦିବସ-୨୦୧୯ ପାଳିତ ହୋଇଯାଇଛି। ଏହି ସମାରୋହରେ ସମାଜସେବୀ ନମ୍ରତା ଚଢ଼ା, ରୀନା ରାଉତରାୟ, ଶୁଭଶ୍ରୀ ଦାସ ଓ ଜୟଶ୍ରୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏକବିଂଶ ଶତାବ୍ଦୀରେ ନାରୀମାନଙ୍କ ମାନବିକ ଅଧିକାର, ମହିଳା ଶକ୍ତିକରଣ ଓ ନାରୀ ସୁରକ୍ଷା ଉପରେ ଅତିଥିମାନେ ମତ ରଖିଥିଲେ। ଶିକ୍ଷିତ ସମାଜରେ ନାରୀମାନଙ୍କ ଉପରେ ଘଟୁଥିବା ଦୈନନ୍ଦିନ ନିର୍ଯାତନା ଉପରେ ଆଲୋକପାତ କରାଯିବା ସହ ଏନେଇ ନାରୀ ସମାଜକୁ ଏକତ୍ର ହୋଇ ଏହାକୁ ପ୍ରତିହତ କରିବା ପାଇଁ ସମସ୍ତ ନାରୀ କଲ୍ୟାଣ ସମିତିଗୁଡ଼ିକୁ ଆହ୍ବାନ ଦେଇଥିଲେ। ଫୋରମ୍ର ସମ୍ପାଦିକା ଅନୁରାଧା ଦାଶ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଫୋରମ୍ ପକ୍ଷରୁ ପ୍ରସ୍ତୁତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ପୂର୍ବ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆନି ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପସଭାନେତ୍ରୀ ଦୀପ୍ତିପ୍ରଭା ରଥ ଧନ୍ୟବାଦ ଦେଇଥିଲେ।
ସତ୍ୟନଗର ଲେଡିଜ ଫୋରମ୍ର ଅନ୍ତର୍ଜାତୀୟ ମହିଳା ଦିବସ
/sambad/media/post_attachments/wp-content/uploads/2019/04/Untitled-25-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)