ସତ୍ୟନଗର ଲେଡିଜ୍‌ ଫୋରମ୍‌ର ବାର୍ଷିକୋତ୍ସବ

ଭୁବନେଶ୍ୱର : ସତ୍ୟନଗର ଲେଡିଜ୍‌ ଫୋରମ୍‌ର ଚତୁର୍ଥ ବାର୍ଷିକୋତ୍ସବ ଓ ‘ଶିଶୁ ପ୍ରତିଭା ସମ୍ମାନ-୨୦୧୭’ ଜୟଦେବ ଭବନଠାରେ ଆୟୋଜିତ ହୋଇଯାଇଛି। ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ବିଜୟ ମହାନ୍ତି, ପଦ୍ମଶ୍ରୀ ପ୍ରଫୁଲ୍ଲ କର, ପାରାଦୀପ ପୋର୍ଟ ଟ୍ରଷ୍ଟ୍‍ର ଟ୍ରଷ୍ଟି ଜଗନ୍ନାଥ ପ୍ରଧାନ ଓ ଆଇଏଏସ୍‌ ସୁରେଶ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଫୋରମ୍‌ର ବାର୍ଷିକ ପତ୍ରିକା ‘ଅଭିରୁଚି’ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦଙ୍କୁ ‘ଶିଶୁ ପ୍ରତିଭା ସମ୍ମାନ-୨୦୧୭’ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦିକା ଅନୁରାଧା ଦାଶ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର