ଭୁବନେଶ୍ବର: ସତ୍ୟବାଦୀ ଅଞ୍ଚଳର ବହୁଚର୍ଚିତ ସସ୍ମିତା ବିଶ୍ବାଳ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଯୁଧିଷ୍ଠିର ସ୍ବାଇଁଙ୍କ ରିମାଣ୍ଡ ନେଇ ପୁଲିସ ଆବେଦନର ଶୁଣାଣି ଆଜି ପୁରୀ କୋର୍ଟରେ ହେବ। କୋର୍ଟ ଅନୁମତି ଦେବା ପରେ ପୁଲିସ ହତ୍ୟା ଅଭିଯୁକ୍ତ ଯୁଧିଷ୍ଠିରଙ୍କୁ ନିଜ ହେପାଜତକୁ ନେଇ ଖୋଳତାଡ଼ କରିବ। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିବା ପରେ ପୁଲିସ ତଦନ୍ତ ସେହି ଅନୁଯାୟୀ ଆଗେଇବ ବୋଲି ପୁରୀ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଯାହା ସୂଚନା ମିଳିଛି, ଯୁଧିଷ୍ଠିର ଘଟଣା ଦିନ ସସ୍ମିତାଙ୍କୁ କେମିତି ନେଇ ଭୁବନେଶ୍ବର ଆସିଥିଲେ। ବାଇକ୍ରେ ଆସିଥିଲେ ନା ବସରେ। ଯଦି ବାଇକ୍ରେ ଆସିଥିଲେ, ସେ ବାଇକ୍ ଗଲା କୁଆଡ଼େ ? ପୁଲିସ ଏ ଦିଗରେ ଅନୁସନ୍ଧାନ ଜାରି ରିଖିଛି। ଯଦି ବସ୍ରେ ଆସିଥିଲେ ମୁଖ୍ୟ ରାସ୍ତାରୁ ଚନ୍ଦକାର ସେହି ଜଙ୍ଗଲ ଭିତରକୁ କେମିତି ଯାଇଥିଲେ। ହତ୍ୟାକାଣ୍ଡ ପରେ ଯୁଧିଷ୍ଠିର ରକ୍ତାକ୍ତ ଅବସ୍ଥାରେ କେମିତି ଫେରିଥିଲେ ? ତାଙ୍କୁ କେହି ସ୍ଥାନୀୟ ଲୋକ କ’ଣ ସେଦିନ ଦେଖି ପାରିନଥିଲେ। ଯୁଧିଷ୍ଠିରଙ୍କ ସହ ଆଉ କେହିଥିଲେ ନା ନାହିଁ? ଯଦି ଥିଲେ ସେ କିଏ? ଏଭଳି କେତେକ ପ୍ରଶ୍ନ ଏବେ ପୁଲିସ ମନରେ ଉଙ୍କି ମାରିଛି। ଏଥିପାଇଁ ଯୁଧିଷ୍ଠିରଙ୍କୁ ରିମାଣ୍ଡରେ ଆଣିବାକୁ ପୁଲିସ ଯୋଜନା କରିଛି। ରିମାଣ୍ଡ ଆସିବା ପରେ ସସ୍ମିତା ବିଶ୍ବାଳ ହତ୍ୟାକାଣ୍ଡ ଘଟଣା ଉପରୁ ଅନେକ ରହସ୍ୟ ଉଠିପାରିବ ବୋଲି ଉକ୍ତ ପୁଲିସ ଅଧିକାରୀଜଣକ କହିଛନ୍ତି। ଏଠାରେ ପ୍ରକାଶଥାଉକି, ସତ୍ୟବାଦୀ ଥାନା ଅଧୀନ ଗୋଲ ବଂଝେଇପଡ଼ା ଗ୍ରାମର କିଶୋର ବିଶ୍ବାଳୟଙ୍କ ଝିଅ ସସ୍ମିତା ଗତ ୧୩ ତାରିଖରୁ ନିଖୋଜ ହୋଇ ଯାଇଥିଲେ। ପରେ ତାଙ୍କ ମୃତଦେହ ଖଣ୍ଡବିଖଣ୍ଡିତ ଚନ୍ଦକା ଜଙ୍ଗଲରୁ ଜବତ ହୋଇଥିଲା।
ପିଶାଚ ପ୍ରେମିକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟଣା
ରିମାଣ୍ଡ ନେଇ ଆଜି ହେବ ଶୁଣାଣି, ମିଳୁନାହିଁ ବାଇକ୍
/sambad/media/post_attachments/wp-content/uploads/2018/12/Untitled-25-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)