ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ

ସୋନିଆ ଗାନ୍ଧୀଙ୍କୁ ଇଡିର ଜେରା ପ୍ରତିବାଦ

ଭୁବନେଶ୍ବର: ନ୍ୟାସନାଲ୍ ହେରାଲ୍ଡ ଦୁର୍ନୀତି ମାମଲାରେ ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବାରମ୍ବାର ଜେରା କରିବା ପ୍ରତିବାଦରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ମହାତ୍ମା ଗାନ୍ଧୀ ମାର୍ଗରେ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି।

କେନ୍ଦ୍ରର ବିଜେପି ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ଇଡିକୁ ଆଜି କେବଳ ବିରୋଧୀ ଦଳର ନେତୃବର୍ଗଙ୍କୁ ନିନ୍ଦିତ ଓ ଅପମାନ କରିବା ପାଇଁ ବ୍ୟବହାର କରାଯାଉଛି ବୋଲି ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି। ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶଙ୍କ ନେତୃତ୍ବରେ ଆୟୋଜିତ ସତ୍ୟାଗ୍ରହରେ ମହିଳା ସଭାନେତ୍ରୀ ଗୀତାଞ୍ଜଳି ମହାନ୍ତି, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ମନୋରଞ୍ଜନ ଦାଶ, ସୁବ୍ରତ ମହାପାତ୍ର, ଅଶୋକ ଦାସ, ମୋହନ ଜେନା, ରଜନୀ ମହାନ୍ତି, ଦେବରାଜ ମିଶ୍ର, ଅନୱର ଖାନ, ଶ୍ରୀଧର ବଳିଆରସିଂହ, ବ୍ରହ୍ମାନନ୍ଦ ସାହୁ, ଜୟଶ୍ରୀ ନନ୍ଦ, ସଞ୍ଜୀବ ମହାନ୍ତି, ମଣ୍ଟୁ ମଲ୍ଲିକ, ଦେବୀ ପ୍ରସାଦ ବାହାଲିଆ, ସଂଧ୍ୟା ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ସଂକୁନା କହଁର, ବୁନା ମହାନ୍ତି, ମହମ୍ମଦ ଅଲ୍ଲି, ଶଙ୍କର ନାୟକ, ପ୍ରମୋଦ ପରିଡ଼ା, ଉମେଶ ଦାସ, ଦେବାଶିଷ ଦାସଙ୍କ ସମେତ କଂଗ୍ରେସ ନେତୃବର୍ଗ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର