ଭୁବନେଶ୍ବର: ୫ ସ୍ତ୍ରୀଙ୍କ ସ୍ୱାମୀ ରଙ୍ଗିଲା ସତ୍ୟଜିତ ସାମଲଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୁଲିସ। ଆଜିଠୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ପୁଲିସ। ରିମାଣ୍ଡ ପରେ ଖୋଲିବ ପ୍ରେମିକ କେଳେଙ୍କାରୀର ଗୁମର ଖୋଲିବ।
ଭୁବନେଶ୍ବର: ୫ ସ୍ତ୍ରୀଙ୍କ ସ୍ୱାମୀ ରଙ୍ଗିଲା ସତ୍ୟଜିତ ସାମଲଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୁଲିସ। ଆଜିଠୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ ପୁଲିସ। ରିମାଣ୍ଡ ପରେ ଖୋଲିବ ପ୍ରେମିକ କେଳେଙ୍କାରୀର ଗୁମର ଖୋଲିବ।
ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଉଥିଲା ସତ୍ୟଜିତ। ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା। କିଛି ମହିଳାଙ୍କୁ ବିବାହ ମଧ୍ୟ କରିଥିଲା। ଲାଇନରେ ଥିଲେ ଆହୁରି ୪୯ ମହିଳା। ଜଣେ ମହିଳା ପୁଲିସଙ୍କ ସହ କଥା ହେଉ ହେଉ ପୁରା ମାମଲାର ଖିଅ ଧରାପଡ଼ିଥିଲା। ଏବେ ପୂରା ଘଟଣା ସାମ୍ନାକୁ ଆସିଛି
ସତ୍ୟଜିତ ନିଜକୁ ଗୁଇନ୍ଦା ବିଭାଗର ଇନ୍ସପେକ୍ଟର କହି ମହିଳାଙ୍କୁ ଠକୁଥିଲେ। ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ କରି ଟଙ୍କା ଠକେଇ କରୁଥିଲେ। ମହିଳାଙ୍କୁ ଫସାଇ ବାହା ହେବା ପରେ ତାଙ୍କ ନାଁରେ ଲୋନ ନେଇ ମଉଜ କରୁଥିଲେ। ଆଉ ଧରାପଡ଼ିବା ପୂର୍ବରୁ ବିଦେଶ ଖସି ଯାଉଥିଲା । ଏବେ ରିମାଣ୍ଡରେ ଯିବା ପରେ ରଙ୍ଗିଲା ସତ୍ୟଜିତର ସବୁ ଗୁମର ଖୋଲିବ । ୪୯ ପତ୍ନୀଙ୍କ ବାବଦରେ ଏବଂ ଲୋନ କରିଥିବା ଗାଡ଼ି, ଆକାଉଣ୍ଟ, ଟଙ୍କା କାରବାରକୁ ନେଇ ଖୋଲାତାଡ଼ କରାଯିବ । ସତ୍ୟଜିତକୁ ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ପୁଲିସ।