ଭୁବନେଶ୍ବର: ବହୁ ଦିନ ଧରି ସତ୍ୟନଗର ସତ୍ୟକାଳୀ ବସ୍ତିରେ ଗଢ଼ି ଉଠିଥିବା ଜବରଦଖଲକୁ ହଟାଇବା ପାଇଁ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଅଣ୍ଟା ଭିଡ଼ିଛନ୍ତି। ସତ୍ୟକାଳୀ ବସ୍ତିରେ ୨୧୨ ଘର ଥିବା ବେଳେ ବସ୍ତିକୁ ଲାଗି ନବୀନନଗରରେ ଥିବା ୧୩ଟି ଘରକୁ ମିଶାଇ ମୋଟ ୨୨୫ଟି ଘରକୁ ହଟାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଗତ ୪ ତାରିଖରେ ଏହି ବସ୍ତିରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇ ପ୍ରଥମ ପର୍ଯ୍ୟାୟରେ ୩୦ଟି ଘର ଓ ମନ୍ଦିରଙ୍କୁ ଭଙ୍ଗା ଯାଇଥିଲା। ଆଜି ବିଡିଏ, ବିଏମ୍ସି ଏବଂ କମିସନରେଟ୍ ପୁଲିସର ମିଳିତ ଟିମ୍ ଚଢ଼ଉ କରି ସେଠାରୁ ୧୬ଟି ରେ’ ଘରକୁ ମିଶାଇ ମୋଟ ୨୫ଟି ଘରକୁ ଭାଙ୍ଗି ମାଟିରେ ମିଶାଇଛି। ବର୍ତ୍ତମାନ ସୁଦ୍ଧା ବସ୍ତିରୁ ୫୫ଟି ଘରକୁ ହଟାଯାଇଛି। ଖୁବ୍ଶୀଘ୍ର ବାକି ଘରଗୁଡ଼ିକୁ ଭଙ୍ଗାଯାଇ ଜବରଦଖଲ ମୁକ୍ତ କରାଯିବ। କିଛି ଦିନ ତଳେ ଉକ୍ତ ବସ୍ତିଲୋକଙ୍କୁ ରଙ୍ଗମାଟିଆରେ ହୋଇଥିବା ଫ୍ଲାଟ୍ ପ୍ରକଳ୍ପରେ ଘର ଦିଆଯିବା ପରେ ସେଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଦିନ ପ୍ରାୟ ୧୦ଟାରେ ବିଡିଏ, ବିଏମ୍ସି ଉଚ୍ଛେଦକାରୀ ଦଳ ଏବଂ କମିସନରେଟ୍ ପୁଲିସର ଏକ ପ୍ଲାଟୁନ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲେ। ଦିନ ପାଖାପାଖି ସାଢ଼େ ୪ଟାରେ ସାଢ଼େ ୬ ଘଣ୍ଟା ପର୍ଯ୍ୟନ୍ତ ଅପରେସନ୍ ପରେ ସେଠାରୁ ଜବରଦଖଲ ହଟାଯାଇଥିଲା। ଉଚ୍ଛେଦ ସମୟରେ ବିଡିଏ ଏନ୍ଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ ପାତ୍ର, ଲିଆସନ୍ ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି, ଖାରବେଳ ଥାନା ଏଏସ୍ଆଇ ଦେବରାଜ କିଷାନଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।
ଜବରଦଖଲମୁକ୍ତ ହେବ ସତ୍ୟକାଳୀ ବସ୍ତି: ୨୨୫ ଘରରୁ ଭଙ୍ଗା ହେଲାଣି ୫୫
/sambad/media/post_attachments/wp-content/uploads/2021/09/4654sf65h465sfhsfhsfhsfhsfhsfhsfhsfhsfhsfhsfhsfhsfhsfhsfhsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)