ସତ୍ୟନଗର ‌‌‌ସେଣ୍ଟ ଜାଭିୟର୍‌ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ସତ୍ୟନଗର ସେଣ୍ଟ ଜାଭିୟର୍‌ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଏକ୍ସପ୍ରେସନ୍‌(ଭାବଭଙ୍ଗୀ) ଥିଲା। ପିଲାମାନେ ବିଭିନ୍ନ ନୃତ୍ୟ ଓ ସଂଗୀତ ମାଧ୍ୟମରେ ଅତି ସୁନ୍ଦର ଭାବେ ନିଜ ନିଜର ଭାବଭଙ୍ଗୀ ପରିବେଷଣ କରିଥିଲେ। ଏଥିରେ କିଟ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ପି.କେ ଦାସ ମୁଖ୍ୟ ଅତିଥି, ମନ୍‌ ଟ୍ରଷ୍ଟର ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟ‌ରେ ସଭାଧ୍ୟକ୍ଷା ରାଜକମଳ ଚୌହାନ, ବିଦ୍ୟାଳୟ ପରିଚାଳନା ସମିତି ସଦସ୍ୟ ବିବେକ ଭୂୟାର, ଏନ୍‌, ବିସ୍ ରୋଡଡ୍ରିକଶ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ଅଧ୍ୟକ୍ଷା ଅର୍ଚନା ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର