ସତ୍ୟନଗର ଲେଡିଜ୍‌ ଫୋରମ୍‌ ପକ୍ଷରୁ ମାତୃଦିବସ

ଭୁବନେଶ୍ୱର: ସତ୍ୟନଗର ଲେଡିଜ୍‌ ଫୋରମ୍‌ ପକ୍ଷରୁ ସତ୍ୟନଗର ପାର୍କରେ ବିଶ୍ୱ ମାତୃ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରୁ ମାତୃ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ମେୟର ଅନନ୍ତ ନାରାୟଣ ଜେନା, ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର, କର୍ପୋରେଟର ଭାନୁପ୍ରିୟା ଦାସ, ପ୍ରୀତିନନ୍ଦା ରାଉତରାୟ, ବିଜେଡି ନେତ୍ରୀ ସୁଲତା ଦେଓ, ନିହାରିକା ପଟ୍ଟନାୟକ ଓ ସୁଶୀଲ ଦାସ ପ୍ରମୁଖ ଯୋଗଦେଇ ମା’ମାନଙ୍କର ନିଜ ପିଲା ପ୍ରତି ଥିବା ବଳିଦାନ ଉପରେ ଆଲୋଚନା କରିଥିଲେ। ଅତିଥିମାନେ କହିଥିଲେ, ମା’ ଏପରି ଏକ ଶବ୍ଦ ଯାହାର କୌଣସି ତୁଳନା ନାହିଁ। ମା’ଙ୍କ ଗୁରୁତ୍ୱ ସମାଜରେ ବଢ଼ିବା ଆବଶ୍ୟକ। ମା’ ବିନା ସ୍ୱାର୍ଥରେ ସମସ୍ତଙ୍କୁ ଭଲପାଇବା ଦିଏ। ସେଥିପାଇଁ ମା’ ଓ ବାପା ଯେତବେଳେ ବୟସ୍କ ହୋଇଯାଉଛନ୍ତି, ସେମାନଙ୍କୁ ବୃଦ୍ଧାଶ୍ରମ ନ ପଠାଇ ନିଜେ ଯତ୍ନ ନେବା ଦରକାର। କାରଣ ଜୀବନର ପ୍ରତିଟି ସମୟ ସେମାନେ ଆମ ପାଇଁ ଦେଇଛନ୍ତି। ତାଙ୍କୁ ଯଦି ପରିଣତ ବୟସରେ ସାହାଭରସା ହୋଇପାରିବା, ତା’ ହେଲେ ଯାଇ ମାତୃ ଦିବସ ପାଳନର ମୂଲ୍ୟ ନିଶ୍ଚିତ ରହିବ। ସଭା ଶେଷରେ ସୁର ଭାଇବ୍ରେସନ୍‌ ପକ୍ଷରୁ ଜୟଶ୍ରୀ ଧଳ ସଙ୍ଗୀତ ପରିବେଷଣ କରିଥିଲେ। ମା’ମାନଙ୍କୁ ଉତ୍ସର୍ଗ କରି ଅନେକ ମନଛୁଆଁ ଓଡ଼ିଆ ସଙ୍ଗୀତ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିଲେ ଶୁଭଜିତ। ସଂପାଦିକା ଅନୁରାଧା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର