ଭୁବନେଶ୍ୱର : ରାଜ୍ୟରେ ଆଜି ସୁଦ୍ଧା ୧୬୯ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ବେଳେ ୩୬ଜଣଙ୍କର ଅଣ କୋଭିଡ୍‌ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସରକାର କହିଛନ୍ତି। ଆଶ୍ଚର୍ଯ୍ୟର ବିଷୟ ଏହି ୨୦୫ଜଣଙ୍କ ମଧ୍ୟରୁ ୧୬୧ଜଣଙ୍କର ସତ୍ୟନଗର ମଶାଣିରେ ଶବ ସତ୍କାର ହୋଇସାରିଲାଣି। ଏଥିରେ ୧୦୦ରୁ ଅଧିକ କେବଳ ଗଞ୍ଜାମ ଜିଲ୍ଲାର। ଏବେ ଏଠାରେ ଦିନକୁ ୭ରୁ ୮ଜଣଙ୍କ ଶବଦାହ ହେଉଥିବା ଜଣାପଡ଼ିଛି।

Advertisment

publive-image Times of India

ରାଜଧାନୀରେ ଏବେ ସୁଦ୍ଧା ୧୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬୧ଜଣଙ୍କର କିପରି ଶବଦାହ ହୋଇଛି ପ୍ରଶ୍ନରେ ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ଏଥିରେ ରାଜଧାନୀ ସମେତ ବାହାର ଜିଲ୍ଲାର ବାସିନ୍ଦା ବି ଅଛନ୍ତି। ଏହାସହ କୋଭିଡ୍‌ ଓ ଅଣକୋଭିଡ୍‌ ମୃତକଙ୍କର ବି ଏଠାରେ ଶବଦାହ କରାଯାଇଛି। ପୂର୍ବରୁ କେବଳ ଭୁବନେଶ୍ବରରେ ଥିବା ଦୁଇଟି କୋଭିଡ୍‌ ହସ୍ପିଟାଲ ସମେତ ଏମ୍‌ସରେ ମୃତ୍ୟ ବରଣ କରୁଥିବା କୋଭିଡ୍ ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କର ଏଠାରେ ଶବ ସତ୍କାର ହେଉଥିଲା। ଏଥିରେ ଭୁବନେଶ୍ବରରେ କମ୍‌ ସଂଖ୍ୟକ ମୃତକ ଥିବାବେଳେ ଗଞ୍ଜାମ, ଗଜପତି ଜିଲ୍ଲା ସମେତ ବାହାର ଜିଲ୍ଲାର ଅଧିକ ମୃତକ ଥିଲେ। କିନ୍ତୁ ଏବେ କଟକ, ଯାଜପୁର, ନୟାଗଡ଼, ଭଦ୍ରକ ଆଦି ଜିଲ୍ଲାରେ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ସେମାନଙ୍କୁ ବି ଅଣାଯାଉଛି। ଫଳରେ ଶବସତ୍କାର ସଂଖ୍ୟା ବଢ଼ିଯାଇଛି।

ଅପରପକ୍ଷେ ବିଏମ୍‌ସି ସତ୍ୟନଗର ଶ୍ମଶାନରେ ଗତ ତିନି ମାସ ମଧ୍ୟରେ କୋଭିଡ୍‌ ଜନିତ ମୃତ୍ୟୁ ଓ କୋଭିଡ୍‌ ସନ୍ଦିଗ୍ଧ ୧୬୧ଜଣଙ୍କର ଶବ ସତ୍କାର କରିଥିଲେ ହେଁ ୧୪୦ରୁ ଅଧିକ ଜଣଙ୍କୁ କାଠରେ ପୋଡ଼ା ଯାଇଛି।