କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱରର ସତ୍ୟନଗରକୁ ‘କଣ୍ଟେନମେଣ୍ଟ୍ ଜୋନ୍’ ଘୋଷଣା କଲା ବିଏମସି

ଭୁବନେଶ୍ୱର: ସତ୍ୟନଗରକୁ କଣ୍ଟେନମେଣ୍ଟ ଅଂଚଳ ଭାବେ ଘୋଷଣା କରିଛି ଭୁବନେଶ୍ବର ମହାନଗର ନିଗମ | ଆଉ ଏହା ପରେ  ରାଜଧାନୀର ସତ୍ୟନଗର ଅଂଚଳକୁ ଏକପ୍ରକାର ସିଲ୍ କରାଯାଇଛି | ମୁଖ୍ୟରାସ୍ତା ସହିତ ସଂଯୁକ୍ତ କରୁଥିବା ରାସ୍ତାଗୁଡ଼ିକୁ ବାରିକେଡ୍ କରାଯାଇ ବନ୍ଦ କରାଯାଇଛି। କରୋନା ସଂକ୍ରମଣ ରୋକିବା ଲାଗି ବିଏମସି ଏଭଳି ପଦକ୍ଷେପ ନେଇଛି | ବିଏମସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛିି କି ସତ୍ୟ ନଗର ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି  ପଦକ୍ଷେପ ନିଆଯାଇଛି। ଏହି ଆକ୍ରାନ୍ତ ନିକଟରେ ଦେଶ ବାହାରକୁ କିମ୍ବା ରାଜ୍ୟ ବାହାରକୁ ଯାଇଥିବାର ସୂଚନା ନ ଥିବାରୁ ବିଏମସି ପକ୍ଷରୁ ପୂରା ସତ୍ୟ ନଗରକୁ ପ୍ରତିବନ୍ଧିତ ଅଂଚଳ ଘୋଷଣା କରାଯାଇଛି।

ସତ୍ୟନଗର ଛକରୁ କାଳୀମନ୍ଦିର ଛକ, କାଳୀ ମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର, ପତଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର୍ସ କ୍ୱାଟର୍ସ, ସତ୍ୟନଗର ଛକରୁ ବିଗବଜାର ରୋଡ଼କୁ ସିଲ କରାଯାଇଛି | ଏହି ଅଂଚଳ ଭିତରକୁ କାହାକୁ ଛଡ଼ାଯିବନାହିଁ, କିମ୍ବା କେହି ଏହି ଅଂଚଳରୁ ବାହାରକୁ ଯାଇପାରିବେ ନାହିଁ | ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ |

ଅତ୍ୟାବଶ୍ୟକ ସାମଗ୍ରୀ ବିଏମସି ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସ୍ପଷ୍ଟ କରାଯାଇଛି | ଗତକାଲି ଆଇବି ଅଫିସକୁ ସିଲ କରାଯାଇଥିବାବେଳେ ସେହି ଅଫିସର ଜଣେ କର୍ମଚାରୀଙ୍କ କ୍ଵାଟର ସତ୍ୟନଗରରେ ହୋଇଥିବାବେଳେ ସେହି ଅଂଚଳକୁ ସିଲ କରାଯାଇଛି |

ସମ୍ବନ୍ଧିତ ଖବର