ବଡ଼ ଧରଣର ଅଘଟଣ ଟଳିଲା

ହୁତୁହୁତୁ ହୋଇ ଜଳିଲା ଗ୍ୟାସ୍‌ ସିଲିଣ୍ଡର

ଚନ୍ଦ୍ରଶେଖରପୁର: ଆଜି ଅପରାହ୍ଣରେ ମିନି ମାର୍କେଟ ସାଲିଆ ସାହିରେ ଥିବା ଭେଣ୍ଡିଂ ଜୋନ୍‌ ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ରକ୍ଷା ପାଇଯାଇଛି। ଏଠାରେ ଥିବା ମା’ ଶାରଳା ଟିଫିନ୍‌ ଦୋକାନରେ ଥିବା ଏକ ଗ୍ୟାସ୍‌ ସିଲିଣ୍ଡରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଏ ନେଇ ଘଟଣାସ୍ଥଳରେ ଆତଙ୍କ ଖେଳି ଯାଇଥିଲା। ସିଲିଣ୍ଡରଟି ହୁତୁହୁତୁ ହୋଇ ଜଳୁଥିବାରୁ ସେହି ଦୋକାନ ତଥା ଆଖପାଖ ଦୋକାନୀମାନେ ଦୌଡ଼ି ପଳାଇଥିଲେ। ତେବେ ଜଣେ ସାହସୀ ଯୁବକ ଜଳୁଥିବା ସିଲିଣ୍ଡର୍‌ଟିକୁ ଲିଭାଇବାକୁ ପ୍ରୟାସ କରିଥିଲେ। କିଛି ସମୟ ମଧ୍ୟରେ ନିଆଁ ଆୟତ୍ତ ହୋଇଥିଲା। ଦମକଳ କେନ୍ଦ୍ରକୁ ଖବର ମଧ୍ୟ ଦିଆଯାଇଥିଲା। ଦମକଳ ଗାଡ଼ି ଆସିବାବେଳକୁ ନିଆଁ ଲିଭି ସାରିଥିଲା। ମାତ୍ର ଏହି ଘଟଣା ଉକ୍ତ ଅଞ୍ଚଳରେ ଭୟ ଖେଳାଇ ଦେଇଥିଲା। ସିଲିଣ୍ଡର ବିସ୍ଫୋରଣ ଆଶଙ୍କାରେ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ।

ସମ୍ବନ୍ଧିତ ଖବର