ସୈନିକ ସ୍କୁଲର ବାର୍ଷିକ ଖେଳକୁଦ ପ୍ରତିଯୋଗିତା ଉଦ୍‌ଯାପିତ

ଭୁବନେଶ୍ୱର: ସୈନିକ ସ୍କୁଲର ବାର୍ଷିକ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠାନର ଗାନ୍ଧୀ ଷ୍ଟାଡିୟମଠାରେ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜାତୀୟସ୍ତରର କ୍ରୀଡ଼ାବିତ୍‌ ଏନ୍‌. ଶ୍ରୀନିବାସ ରାଓ ଯୋଗ ଦେଇଥିଲେ। ପ୍ରତିଯୋଗିତାର ବରିଷ୍ଠ ବିଭାଗରେ ରବି କୁମାର ଓ କନିଷ୍ଠ ବିଭାଗରେ ଶମ୍ଭୁ କୁମାର ଓ ଭିକି କୁମାର ଶ୍ରେଷ୍ଠ ଆଥଲେଟ୍‌ ବିବେଚିତ ହୋଇଛନ୍ତି। ବରିଷ୍ଠ ଛାତ୍ରାବାସ ମଧ୍ୟରେ ଗୋମତି ହାଉସ ଚାମ୍ପିଅନ୍‌ ହୋଇଥିବା ବେଳେ କାଭେରି ହାଉସ ଦ୍ୱିତୀୟ ହୋଇଛି। କନିଷ୍ଠ ଛାତ୍ରାବାସ ମଧ୍ୟରେ ଯମୁନା ହାଉସ ପ୍ରଥମ ଓ ଗୋଦାବରୀ ହାଉସ ଦ୍ୱିତୀୟ ସ୍ଥାନ ଲାଭ କରିଛି। ସ୍କୁଲର ଅଧ୍ୟକ୍ଷ କଞ୍ଚନ ମୁଖାର୍ଜୀ ସ୍ୱାଗତ ଭାଷଣ ଦେଇଥିଲେ। ଉପାଧ୍ୟକ୍ଷା ସୁଶୀଲ କୁମାର, ପ୍ରଶାସିନକ ଅଧିକାରୀ ସନ୍ତୋଷ କୁମାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବରିଷ୍ଠ ଅଧ୍ୟାପକ ବିଘ୍ନେଶ୍ୱର ପ୍ରଧାନ, କ୍ରୀଡ଼ା ସମ୍ପାଦକ ଅଜିତ ମୁଖାର୍ଜୀ, ସିଏଚଏମ୍‌ ଅଜିତ କୁମାର ଉତ୍ସବର ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର