ପୁରୁଣା ଭୁବନେଶ୍ୱର: ପୁରୁଣା ଭୁବନେଶ୍ବର ରାସ୍ତାରେ ବିଭିନ୍ନ ସ୍ଥାନରେ ମ୍ୟାନ୍ହୋଲ୍ ଦେଖିବାକୁ ମିଳୁଛି। ଗତ ସପ୍ତାହରେ ବିନ୍ଦୁସାଗର ରୋଡ୍ ଦ୍ବାରବାସିନୀ ମନ୍ଦିର ସମ୍ମୁଖରେ ଓ ରଥ ରୋଡ୍ରେ ମରାମତି ହୋଇଥିବା ବେଳେ ପୁଣି ବିବେକାନନ୍ଦ ମାର୍ଗ ଓ ରଥ ଦାଣ୍ଡରେ ମ୍ୟାନ୍ହୋଲ୍ ଦେଖିବାକୁ ମିଳିଛି। ଏଠାରେ ଦୁର୍ଘଟଣାକୁ ଏଡ଼ାଇବା ପାଇଁ କେହି ଗଛଡାଳ ରଖୁଛି ତ ଆଉ କିଏ ପଥର ରଖୁଛି। ରଥଦାଣ୍ଡର ଅସୁଲ କିଆରୀ ଛକ ନିକଟ ଓ ବିବେକାନନ୍ଦ ମାର୍ଗ ହନୁମାନ ମନ୍ଦିର ସମ୍ମୁଖ ଅପରପାର୍ଶ୍ବ ରାସ୍ତାରେ ଏପରି ମ୍ୟାନ୍ହୋଲ୍ ଦେଖିବାକୁ ମିଳିଛି। ଏନେଇ ଲିଙ୍ଗରାଜ ମନ୍ଦିରରୁ ଗ୍ୟାରେଜ୍ ଛକ ରାସ୍ତା, ତାରାସୁନ୍ଦରୀ ରୋଡ୍ରେ ଆଦି ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଯାତାୟାତରେ ସମସ୍ୟା ଉପୁଜୁଛି। ବିଶେଷ କରି ବର୍ଷା ସମୟରେ ମ୍ୟାନ୍ହୋଲ୍ଗୁଡ଼ିକର ଉଚ୍ଚତା ହଠାତ୍ ଜଣାପଡ଼ୁ ନଥିବାରୁ ତାହା ବିପଦ ସୃଷ୍ଟି କରୁଛି। ଅନୁରୂପ ଭାବେ ଅନେକ ସ୍ଥାନରେ ରାସ୍ତା ଉପରେ ପ୍ରାୟ ଦେଢ଼ ଫୁଟ ଉଚ୍ଚର ସ୍ବେରେଜ୍ ଚାମ୍ବର୍ ରହିଛି।
ଡରାଉଛି ମ୍ୟାନ୍ ହୋଲ୍, ଉଚ୍ଚ କଂକ୍ରିଟ୍ ଚାମ୍ବର୍
ପୁରୁଣା ଭୁବନେଶ୍ବର ରାସ୍ତାରେ ବିଭିନ୍ନ ସ୍ଥାନରେ ମ୍ୟାନ୍ହୋଲ୍ ଦେଖିବାକୁ ମିଳୁଛି। ଗତ ସପ୍ତାହରେ ବିନ୍ଦୁସାଗର ରୋଡ୍ ଦ୍ବାରବାସିନୀ ମନ୍ଦିର ସମ୍ମୁଖରେ ଓ ରଥ ରୋଡ୍ରେ ମରାମତି ହୋଇଥିବା ବେଳେ ପୁଣି...
/sambad/media/media_files/2025/08/11/untitled-6-2025-08-11-06-23-45.jpg)