ରାଜ୍ୟର ସାଂସ୍କୃତିକ ଅନୁଷ୍ଠାନକୁ ୧କୋଟି ୮୩ଲକ୍ଷ ଟଙ୍କା

ଭୁବନେଶ୍ୱର :ରାଜ୍ୟର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକୁ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ମଂଜୁର ହୋଇଛି। ଭାଷା, ସଂସ୍କୃତି, ନୃତ୍ୟ, ନାଟକ, ଛଉନୃତ୍ୟ, ନୃତ୍ୟ ଓ ସଂଗୀତ ବିଦ୍ୟାଳୟ ଏବଂ ଅନ୍ୟ ସାଂସ୍କୃତିକ ଅନୁଷ୍ଠାନକୁ ସଂସ୍କୃତି ବିଭାଗ ପକ୍ଷରୁ ୧ କୋଟି ୮୩ଲକ୍ଷ ଟଙ୍କା ଯୋଗାଇ ଦେବାକୁ ମଂଜୁର ହୋଇଛି। ୨୦୧୭-୧୮ ପାଇଁ ଆନ୍ଧ୍ରପ୍ରଦେଶର ମଞ୍ଜୁଷା ଜିଲ୍ଲାରେ କାର୍ଯ୍ୟରତ ୟଙ୍ଗ୍‌ ମେନ୍ସ ଓଡ଼ିଆ ପାଠାଗାରକୁ ୨ଲକ୍ଷ ଟଙ୍କା, ଉପାନ୍ତ ଅଞ୍ଚଳର ୩ଟି ସଂଗଠନକୁ ୩ଲକ୍ଷ ୧୦ ହଜାର ଟଙ୍କା, ନାଟ୍ୟଧାରା କାର୍ଯ୍ୟକ୍ରମ ପାଇଁ ୩୦ ଲକ୍ଷ ଟଙ୍କା, ୨୬ଟି ନାଟ୍ୟାନୁଷ୍ଠାନକୁ ୧୦ଲକ୍ଷ ୫୦ ହଜାର ଟଙ୍କା ମଂଜୁର କରାଯାଇଛି। ମୟୂରଭଂଜ ଜିଲ୍ଲା ସଂସ୍କୃତି ପରିଷଦକୁ ବାରିପଦାରେ ଛଉ ନୃତ୍ୟ ବିକାଶକଳ୍ପେ ‘ଛଉନି ପ୍ରକଳ୍ପ’ ପାଇଁ ୧ଲକ୍ଷ ଟଙ୍କା ଏବଂ ୪୭ଟି ଛଉ ନୃତ୍ୟ ସଂଗଠନକୁ ୧୬ଲକ୍ଷ ୪୫ ହଜାର ଟଙ୍କା ଯୋଗାଇ ଦିଆଯିବ। ଏଥିସହ ଅନ୍ୟ ୩୩୨ଟି ସାଂସ୍କୃତିକ ଅନୁଷ୍ଠାନକୁ ମୋଟ୍‌ ୬୭ ଲକ୍ଷ ୯୦ ହଜାର ଟଙ୍କା ଯୋଗାଇ ଦିଆଯିବ ବୋଲି ସଂସ୍କୃତି ବିଭାଗ ପକ୍ଷରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର