ଭୁବନେଶ୍ୱର: ଲଗାଣ ବର୍ଷାରେ ରାଜଧାନୀର ହାଲ୍ ବେହାଲ ହୋଇଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉପରେ ଆଜି କାହାର ବି ନଜର ନ ଥିଲା। ସକାଳ ୯ଟା ପର୍ଯ୍ୟନ୍ତ ରାଜଧାନୀରେ ବର୍ଷା ଲାଗି ରହିଥିଲେ ସ୍କୁଲ ଖୋଲା ରହିବ କି ନାହିଁ ସେନେଇ କାହା ପାଖରେ ଖବର ନ ଥିଲା। ସୋମବାର ରାତିରେ କଟକରେ ପ୍ରବଳ ବର୍ଷା ହେବାରୁ ଆଜି ସକାଳେ ସେଠାକାର ପ୍ରଶାସନ ସ୍କୁଲ ଛୁଟି ଘୋଷଣା କରିଥିଲା। ହେଲେ ପୂର୍ବାହ୍ନ ୯ଟା ୩୦ ପର୍ଯ୍ୟନ୍ତ ଖୋର୍ଧା ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗି ନ ଥିଲା। ଏହି ସମୟ ମଧ୍ୟରେ ପିଲାମାନେ ସ୍କୁଲ ଯାଇ ସାରିଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ବି ପହଞ୍ଚିଥିଲେ। ଘରୋଇ ସ୍କୁଲଗୁଡ଼ିକରେ ପାଠପଢ଼ା ଆରମ୍ଭ ହୋଇଯାଇଥିଲା। ସ୍କୁଲ ଯିବା ପରେ ହଠାତ୍ ଖୋର୍ଧା ଜିଲ୍ଲାପାଳ ଛୁଟି ଘୋଷଣା କରିଥିଲେ। ଜିଲ୍ଲାପାଳଙ୍କ ଏଭଳି ଖାମଖିଆଲ ଘୋଷଣାକୁ ଅଭିଭାବକମାନେ ନିନ୍ଦା କରିଛନ୍ତି। ଯଦି ସ୍କୁଲ ଛୁଟି କରିବାର ଥିଲା ତେବେ ସକାଳୁ କଲେନି କାହିଁକି? କାହାକୁ ଅପେକ୍ଷା କରିଥିଲା ଖୋର୍ଧା ଜିଲ୍ଲା ପ୍ରଶାସନ? ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ ଘରୋଇ ସ୍କୁଲର ଛାତ୍ରଛାତ୍ରୀ। କେତେକ ସ୍କୁଲରେ ସକାଳ ୭ଟାରୁ କ୍ଲାସ୍ ଆରମ୍ଭ ହେଉଛି। ତେଣୁ ପିଲାମାନେ ସକାଳୁ ସ୍କୁଲ ଆସିଥିଲେ। ହେଲେ ସାଢ଼େ ୯ଟାରେ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯିବା ପରେ ପିଲାମାନେ ପୁଣିଥରେ ଘରକୁ ଫେରି ଆସିଥିଲେ। ସ୍କୁଲ କର୍ତୃପକ୍ଷମାନେ ମଧ୍ୟ ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ପରୀକ୍ଷା ବାତିଲ୍ ପ୍ରବଳ ବର୍ଷର୍ାକୁ ଦୃଷ୍ଟିରେ ରଖି ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ୩ କଲେଜଗୁଡ଼ିକର ୪ର୍ଥ ଓ ୨ୟ ସେମିଷ୍ଟାର ପରୀକ୍ଷାକୁ ବାତିଲ୍ କରାଯାଇଛି। ପରୀକ୍ଷା କେବେ ହେବ ସେନେଇ ପରବର୍ତୀ ସମୟରେ ସୂଚନା ଦିଆଯିବ ବୋଲି ସକାଳ ୮ଟା ୪୫ରେ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ପ୍ରଦୀପ କୁମାର ବେହେରା ସୂଚନା ଦେଇଥିଲେ।
ପିଲା ସ୍କୁଲ ଗଲା ପରେ ଛୁଟି ଘୋଷଣା
/sambad/media/post_attachments/wp-content/uploads/2018/03/school-student.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)