ସ୍କୁଲ୍‌ ଜୀବନ ଗୁରୁତ୍ୱପୂର୍ଣ, ବିଶ୍ୱବିଦ୍ୟାଳୟ ନୁହେଁ

କଳିଙ୍ଗନଗର ଡିଏଭି ସ୍କୁଲର ବାର୍ଷିକୋତ୍ସବ ‘ବିବର୍ତନ’

ଖଣ୍ଡଗିରି: ମା’ର ବିବର୍ତନ ନାହିଁ। ମା’ ସବୁବେଳେ ମା’। ତେଣୁ ଯେଉଁ ବିଦ୍ୟାଳୟରେ ଜଣେ ମଣିଷ ହୋଇଥାଏ, ତାହାକୁ କେବେ ଭୁଲିବା ଉଚିତ୍‌ ନୁହେଁ। ଜଣେ ଛାତ୍ରର ସ୍କୁଲ୍‌ ଜୀବନ ହେଉଛି ବଡ଼ ଗୁରୁତ୍ୱପୂର୍ଣ। ଏହି ସମୟରେ ପିତାମାତାମାନେ ନିଜ ପିଲାଙ୍କୁ ଅତି ସତର୍କତାର ଠିକଣା ମାର୍ଗ ଦେଖାଇବା ଜରୁରି। ଏହି ସମୟରେ ପିଲାଟି ଯେମିତି ଗଢ଼ି ହୋଇଥାଏ, ତା’ର ଭବିଷ୍ୟତ ସେହି ଅନୁସାରେ ନିରୁପିତ ହୋଇଥାଏ। ବିଶ୍ୱବିଦ୍ୟାଳୟସ୍ତରରେ ପିଲାଟି ତା’ର ସ୍କୁଲ ଜୀବନର ଆଦର୍ଶକୁ ନେଇ ଆଗକୁ ବଢ଼େ। ଆଜି କଳିଙ୍ଗନଗର ଡିଏଭି ସ୍କୁଲର ବାର୍ଷିକୋତ୍ସବ ‘ବିବର୍ତନ’ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରେଭେନ୍‌ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ଅଭିଭାବକ ତଥା ପିତାମାତା ଓ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି।
କାର୍ଯ୍ୟକ୍ରମ ଆରମ୍ଭରେ ସ୍କୁଲ୍‌ର ଚେୟାରମ୍ୟାନ୍‌ ଶରତଚନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ଅଧକ୍ଷ୍ୟ ବିପିନ୍‌ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥି ଡିଏଭି ସ୍କୁଲ୍‌ର ଚେୟାରମ୍ୟାନ୍‌ ମଦନମୋହନ ପଣ୍ଡା, ଡିଏଭି ଆଞ୍ଚଳିକ ନିର୍ଦେଶକ କେସି ଶତପଥୀ, ସିଡିଏ କଟକ ଡିଏଭି ସ୍କୁଲ୍‌ର ଅଧ୍ୟକ୍ଷା ଇପ୍‌ସିତା ଦାସ, ୟୁନିଟ୍‌-୮ ଡିଏଭିର ଅଧ୍ୟକ୍ଷା ଡ. ଭାଗ୍ୟବତୀ ନାୟକ, ପୋଖରୀପୁଟ ଡିଏଭିର ଡ. ମାଡାମ୍‌ ସୁଜାତା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପରେ ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କବାଲି, ଏକବୁନ୍ଦ ଅନ୍‌ମୋଲ୍‌, ମାଲଖମ୍ବ, ହଜିଲା ସ୍ୱୃତି, ଡ୍ୟାନ୍‌ସ ଡ୍ରାମା ମଲାଲା, ଗ୍ଲିମ୍ପସେସ୍‌ ଓଡ଼ିଶା, କମେଡ଼ି ଡ୍ରାମା ‘ଆଇ ଏମ୍‌ ସରି’ ଇତ୍ୟାଦି ମନୋରଂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର