ଭୁବନେଶ୍ବର: ସ୍କୁଲରେ ଚାଲିଛି ପାଠପଢା। ଆପଣ କହିବେ କେଉଁଠି ? ସରକାର ତ ସ୍କୁଲ, କଲେଜ ସବୁ ବନ୍ଦ ରଖିବାକୁ କହିଛନ୍ତି। ଛାତ୍ରଛାତ୍ରୀଙ୍କୁ କେବଳ ଅନଲାଇନରେ ପାଠ ପଢାଯାଉଛି। ତାହାହେଲେ ସ୍କୁଲ କେଉଁଠି ଖୋଲିଲା ଓ ଶ୍ରେଣୀଗୃହରେ କେମିତି ପାଠପଢା ହେଲା ?
ରାଜଧାନୀ ଭୁବନେଶ୍ୱର ବଡଗଡ ଅଞ୍ଚଳରେ ଥିବା ଗୁରୁକୁଳ ଶିକ୍ଷାନୁଷ୍ଠାନରେ ଶ୍ରେଣୀଗୃହରେ ଚାଲିଥିଲା ପାଠପଢା। କରୋନାର ଦ୍ରୁତ ସଂକ୍ରମଣ ଭିତରେ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖି କେବଳ ଅନଲାଇନ ପାଠପଢା ପାଇଁ ଅନୁମତି ଦେଇ ଥିବାବେଳେ କିଭଳି ପିଲାଙ୍କ ଜୀବନ ସହ ଖେଳ ଚାଲିଛି ତାହା ଆମ ନଜରକୁ ଆସିଛି। ସଂକ୍ରମଣ ରୋକିବାକୁ ସରକାର ହଷ୍ଟେଲ ମଧ୍ୟ ଖାଲି କରାଇଛନ୍ତି।
ତଥାପି ସରକାରଙ୍କ ସମସ୍ତ କଟକଣାକୁ ଫୁ କରି ଦେଇଛନ୍ତି ଏହି ନିର୍ଦ୍ଦିଷ୍ଟ ସ୍କୁଲର କର୍ତ୍ତୃପକ୍ଷ। ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ସ୍କୁଲ ଓ କୋଚିଂ ସେଣ୍ଟର ବିରୋଧରେ ପ୍ରଶାସନ ଶକ୍ତ ପଦକ୍ଷେପ ନେଉଥିବା ବେଳେ ଏଠାରେ କିଭଳି ଚାଲିଛି ପାଠପଢା, ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ସ୍କୁଲ କର୍ତୃପକ୍ଷଙ୍କୁ ପଚାରିବାରୁ ସେମାନେ କହିଥିଲେ ଯେ, କେବଳ ସଂପର୍କୀୟ ପିଲାଙ୍କ ପାଠପଢା ହେଉଛି ।
ବଡକଥା ହେଉଛି, ରାଜ୍ୟରେ କ୍ରମାଗତ ସଂକ୍ରମଣ ବଢିଚାଲିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର କାଲିଠାରୁ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ଏପରିକି ରାଜଧାନୀ ଭୁବନେଶ୍ୱରରେ ସଂକ୍ରମଣର ହାର ଅଧିକ ରହୁଛି, ଏସବୁ ଜାଣିସୁଦ୍ଧା ସ୍କୁଲ କର୍ତ୍ତୃପକ୍ଷ କିଭଳି ଛୋଟଛୋଟ ପିଲାଙ୍କ ଜୀବନକୁ ବିପଦକୁ ଠେଲି ଦେଉଛନ୍ତି ।
ସରକାରଙ୍କ କରୋନା କଟକଣାକୁ ଫୁ: ରାଜଧାନୀରେ ଶ୍ରେଣୀଗୃହରେ ପାଠପଢା
/sambad/media/post_attachments/wp-content/uploads/2021/05/Gurukul-School-Opens-During-Restrictions-on-Covid_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)