ସ୍କୁଲ୍‌ ଭ୍ୟାନ୍‌ ନିୟନ୍ତ୍ରଣ ହରାଇ ଦୋକାନରେ ପଶିଲା

ଚନ୍ଦ୍ରଶେଖରପୁର: ଆଜି ସକାଳେ ଶୈଳଶ୍ରୀବିହାର ମଙ୍ଗଳା ଛକ ନିକଟରେ ଏକ ସ୍କୁଲ ଭ୍ୟାନ୍‌ ନିୟନ୍ତ୍ରଣ ହାରାଇ ରାସ୍ତା କଡ଼ ବଜାର ଭିତରକୁ ପଶିଯାଇଥିଲା। ନିକଟ ବଜାରରେ ଖାଦ୍ୟ ଖାଉଥିବା କିଛି ଗ୍ରାହକ ଭ୍ୟାନ୍‌ ଧକ୍କାରେ ଗୁରୁତର ହୋଇଥିଲେ। ଏହା ସହିତ ସ୍କୁଲ୍‌ ଭ୍ୟାନ୍‌ ଭିତରେ ଥିବା କିଛି ଛାତ୍ରଛାତ୍ରୀ ମଧ୍ୟ ଖଣ୍ଡିଆ ଖାବରା ହୋଇଥିଲେ। ଜଣେ ମୋଫେଡ଼୍‌ ଆରୋହିଙ୍କର ଭ୍ୟାନ୍‌ ଧକ୍କାରେ ଗୋଡ଼ ଭାଙ୍ଗିଛି। ଏହି ସୂଚନା ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତ ୫ଜଣ ଛାତ୍ରଛାତ୍ରୀ ଓ ଅନ୍ୟ ୩ ଲୋକମାନଙ୍କୁ ପଟିଆ ନିକଟ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତି କରିଥିଲା। ଏବେ ସସସ୍ତଙ୍କ ସ୍ୱାସ୍ଥବସ୍ତା ଭଲ ଥିବାର ସୂଚନା ମଳିଛି। ତେବେ ଏହି ସସ୍କୁ ଭ୍ୟାନ୍‌ଟିକୁ ପୁଲିସ୍‌ ଜବତକରି ଥାନାରେ ରଖିଛି। ଭ୍ୟାନ୍‌ ଚଳାକକୁ ମଧ୍ୟ ପଚରା ଉତରା ପାଇଁ ଥାନାରେ ଅଟକ ରଖାଯାଇଥିବା ବେଳେ ଏହି ଘଟଣା ଏକ ଦୁର୍ଘଟଣା ବୋଲି ଚାକଳ ଜଣଙ୍କ କହିଛନ୍ତି। ପିଲାଙ୍କୁ ସ୍କୁଲ୍‌ ନେବାପାଇଁ ତରବର ହୋଇ ଦୃତ ଗତିରେ ଗାଡ଼ି ନେଇ ସ୍କୁଲ୍‌ ଯାଉଥିବା ବେଳେ ଏକ ପଶୁକୁ ବଞ୍ଚାଇବାକୁ ଯାଇ ଗାଡ଼ିଟି ନିୟନ୍ତ୍ରଣ ହରାଇ ନିକଟ ବଜାରକୁ ପଶିଯାଇଥିଲା।

ସମ୍ବନ୍ଧିତ ଖବର