ଚନ୍ଦ୍ରଶେଖରପୁର: ମଞ୍ଚେଶ୍ବର ରେଳ ଷ୍ଟେସନ୍ ରେଳଧାରଣା କଡ଼ ଏବେ ପାଲଟିଛି କିଛି ଅମାନିଆ ଛାତ୍ରଛାତ୍ରୀଙ୍କ ଖଟିସ୍ଥଳ। ପ୍ରତିଦିନ ମଧ୍ୟାହ୍ନ ଓ ଅପରାହ୍ଣରେ ସ୍ଥାନୀୟ ଶିକ୍ଷାନୁଷ୍ଠାନର କିଛି ଛାତ୍ର ଏହି ରେଳଧାରଣା କଡ଼କୁ ଯାଇ ଖଟି କରୁଛନ୍ତି। କେବେ ରେଳଧାରଣାରେ ରିଲସ୍ କରୁଛନ୍ତି ତ ପୁଣି କେବେ ଦ୍ରୁତଗତିରେ ଟ୍ରେନ୍ ଯାଉଥିବା ନିକଟରେ ପାଚେରିରେ ବସି ମଉଜ କରୁଛନ୍ତି। ଏସବୁ ଦେଖି ସ୍ଥାନୀୟଲୋକ ବାରଣ କଲେ ପିଲାମାନେ କିଛି ସମୟପାଇଁ ସେଠାରୁ ପଳାଇ ଯାଉଛନ୍ତି, କିନ୍ତୁ ପରେ ପୁଣି ସମାନ ଢ଼ଙ୍ଗରେ ଖଟି କରିବାପାଇଁ ଚାଲିଆସୁଛନ୍ତି। ସ୍କୁଲ ୟୁନିଫର୍ମ ପିନ୍ଧି ମଧ୍ୟାହ୍ନ ଭୋଜନ ସମୟ ଓ ସ୍କୁଲ ଛୁଟି ହେବା ସମୟରେ ଘରକୁ ନଯାଇ ସେମାନେ ଷ୍ଟେସନ୍ କଡ଼ରେ ଖଟିକରୁଛନ୍ତି। ଏସବୁକୁ ମଞ୍ଚେଶ୍ବର ଷ୍ଟେସନ୍ ରେଳବାଇ ପୁଲିସ ଅଣଦେଖା କରୁଥିବା ଅଭିଯୋଗ ହେଉଛି।
ଉଲ୍ଲେଖନୀୟ ଯେ ବିଗତ ଦିନରେ ମଞ୍ଚେଶ୍ବର ଷ୍ଟେସନ ରେଳବାଇ ବ୍ରିଜ୍ ଉପରେ ସ୍କୁଲଛାତ୍ରମାନେ ମଧ୍ୟାହ୍ନ ସମୟରେ ପାରା ଧରିବାକୁ ଯାଇଥିଲା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣକର ଜୀବନ ଚାଲିଯାଇଥିଲା। ସେହିଭଳି କିଛି ଛାତ୍ର ଚଳନ୍ତା ଟ୍ରେନ୍ ଆଗରେ ଷ୍ଟଣ୍ଟ୍ ଦେଖାଉଥିଲା ବେଳେ ଟ୍ରେନ୍ ଇଞ୍ଜିନରେ ପିଟିହୋଇ ଜଣକର ମୃତ୍ୟୁ ହୋଇଥିବା ଉଦାହରଣ ରହିଛି।
ରେଳଧାରଣା କଡ଼ରେ ସ୍କୁଲ୍ଛାତ୍ରଙ୍କ ଖଟି
ମଞ୍ଚେଶ୍ବର ରେଳ ଷ୍ଟେସନ୍ ରେଳଧାରଣା କଡ଼ ଏବେ ପାଲଟିଛି କିଛି ଅମାନିଆ ଛାତ୍ରଛାତ୍ରୀଙ୍କ ଖଟିସ୍ଥଳ। ପ୍ରତିଦିନ ମଧ୍ୟାହ୍ନ ଓ ଅପରାହ୍ଣରେ ସ୍ଥାନୀୟ ଶିକ୍ଷାନୁଷ୍ଠାନର କିଛି ଛାତ୍ର ଏହି ରେଳଧାରଣା କଡ଼କୁ ଯାଇ ଖଟି କରୁଛନ୍ତି।
/sambad/media/media_files/2024/11/20/Ua6RwTd4tejvWq4oc837.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)