ଶତପ୍ରତିଶତ ସଫଳତା

ଶ୍ରୀମଦ୍ ଭଗବତ ଗୀତା ବିଦ୍ୟା ମନ୍ଦିର, ନୟାପଲ୍ଲୀ
ବିଦ୍ୟାଳୟରେ ଶତ ପ୍ରତିଶତ ସଫଳତା ହୋଇଛି। ପରୀକ୍ଷା ଦେଇଥିବା ୧୧୯ ଜଣ ଯାକ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ୭ଜଣ ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ‘ଏ-୨’ରେ ୨୬ଜଣ, ‘ବି-୧’ରେ ୨୭ ଓ ବି୨ରେ ୨୬ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ଓମ୍‌କାର ପ୍ରଧାନ ୫୬୨ ନମ୍ବର ରଖି ସ୍କୁଲ ଟପର୍‌ ହୋଇଛନ୍ତି।

ଏସ୍‌ଏସ୍‌ଭିଏମ୍‌, ବରମୁଣ୍ଡା
ବରମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର (ଏସ୍‌ଏସ୍‌ଭିଏମ୍‌)ରେ ପରୀକ୍ଷା ଦେଇଥିବା ୨୩୭ ଜଣ ପିଲାଙ୍କ ମଧ୍ୟରୁ ୯୭ ପ୍ରତିଶତ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ଗଙ୍ଗୋତ୍ରୀ ପ୍ରଧାନ ୫୪୮ ନମ୍ବର ରଖି ଟପ୍ପର ହୋଇଛନ୍ତି। ଜଣ ପିଲା ଏ-୧ରେ ପାସ୍‌ କରିଛନ୍ତି। ଏହାବ୍ୟତୀତ ୩୬ ଜଣ ଏ-୨, ୬୩ଜଣ ବି୧, ୪୭ଜଣ ବି୨, ୪୧ଜଣ ସି, ୩୨ଜଣ ଡି, ୪ଜଣ ଇ ଗ୍ରେଡ୍‌ରେ ପାସ୍‌ କରିଛନ୍ତି।

ଏସ୍‌ଏସ୍‌ଭିଏମ୍‌, ବଡ଼ଗଡ଼ ବ୍ରିଟ୍‌ କଲୋନି
ପରୀକ୍ଷା ଦେଇଥିବା ୧୨୬ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ‘ଏ-୧’ରେ ୫ଜଣ ଛାତ୍ର ରହିଥିବା ବେଳେ ‘ଏ-୨’ରେ ୨୧, ‘ବି୧’ରେ ୩୩ ଓ ‘ବି୨’ରେ ୩୨ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ତେବେ ସ୍କୁଲ୍‌ ଟପର୍‌ ଭାବେ ଦେବସ୍ମିତା ଦାସ ୫୭୩ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।

ଏସ୍‌ଏସ୍‌ଭିଏମ୍‌, ଜୟଦେବ ବିହାର
ପରୀକ୍ଷା ଦେଇଥିବା ୫୮ ଜଣ ଯାକ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍କୁଲ୍‌ର ଜ୍ୟୋତି ପ୍ରକାଶ ରାଉତ ସ୍କୁଲ ଟପର୍‌ ହୋଇଛନ୍ତି। ଜଣେ ମାତ୍ର ଛାତ୍ର ‘ଏ-୧’ ଗ୍ରେଡ୍‌ ରଖିଥିବା ବେଳେ ୮ ଜଣ ‘ଏ-୨’, ୧୪ ଜଣ ‘ବି୧’ ଓ ୧୮ ଜଣ ‘ବି୨’ ଗ୍ରେଡ୍‌ ପାଇଛନ୍ତି।

ଏସ୍‌ଏସ୍‌ଭିଏମ୍‌, ୟୁନିଟ୍‌-୮
ପରୀକ୍ଷା‌ ଦେଇଥିବା ୧୪୫ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୫ଜଣ ‘ଏ-୧’ ଗ୍ରେଡ୍‌ ହାସଲ କରିଥିବା ବେଳେ ‘ଏ-୨’ରେ ୨୧, ‘ବି୧’ରେ ୩୩ ଓ ‘ବି୨’ରେ ୩୨ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ସୌମ୍ୟରଂଜନ ରାଉତ ୫୫୭ ନମ୍ବର ରଖି ସ୍କୁଲ୍‌ ଟପ୍‌ର ହୋଇଛନ୍ତି।

ଏସ୍‌ଏସ୍‌ଭିଏମ୍‌, ଭୀମଟାଙ୍ଗି
ପରୀକ୍ଷା ଦେଇଥିବା ୧୪୩ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୬ଜଣ ‘ଏ-୧’ ଗ୍ରେଡ଼୍‌ ରଖିଥିବା‌ ବେଳେ ‘ଏ-୨’ରେ ୨୯, ‘ବି୧’ରେ ୩୨, ‘ବି୨’ରେ ୪୨ ଛାତ୍ରଛାତ୍ରୀ ରହିଛନ୍ତି। ଛାତ୍ରୀ ଅର୍ଚନା ସ୍ବାଇଁ, ଆୟୁଷ୍ମାନ ପ୍ରତ୍ୟୁଷ କୁମାର ଦାସ, ପ୍ରୀୟଙ୍କା ପ୍ରୀୟଦର୍ଶନୀ, ରୁଦ୍ର ନାରାୟଣ ସୁବୁଦ୍ଧି, ଅର୍ପିତା ଶତପଥୀ ଓ ବିଭୁ ପ୍ରସାଦ ରଥ ‘ଏ୧’ ରଖିଥିବା ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ରଞ୍ଜନ କୁମାର ପରିଡ଼ା କହିଛନ୍ତି।

ଏସ୍‌ଏସ୍‌ଭିଏମ୍‌, ନିଳାଦ୍ରୀବିହାର
ସ୍କୁଲର ପାସ୍‌ହାର ଶତପ୍ରତିଶତ ହୋଇଛି। ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୯ ଜଣ ଛାତ୍ରଛାତ୍ରୀ ‘ଏ-୧’ ଗ୍ରେଡ୍‌ ପାଇଛନ୍ତି। ଛାତ୍ରୀ ଅନିନ୍ଦ୍ୟା ଅନୁରାଧା ୫୬୮ ମାର୍କ ରଖି ସ୍କୁଲ ଟପର ହୋଇଛନ୍ତି।

ଏସ୍‌ଏସ୍‌ଭିଏମ୍‌, ୟୁନିଟ୍‌-୩
ପରୀକ୍ଷା ଦେଇଥିବା ୧୧୬ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ୪ ଜଣ ‘ଏ-୧’ ପାଇଥିବା ବେଳେ ‘ଏ-୨’ରେ ୨୨ଜଣ, ‘ବି୧’ରେ ୩୭, ‘ବି୨’ରେ ୩୩, ‘ସି’ରେ ୧୩ ଜଣ ଉତୀର୍ଣ୍ଣ ହୋଇଥିବା ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୭୨ଜଣ ପୁଅ ଓ ୪୪ଜଣ ଝିଅ ରହିଛନ୍ତି।

ବିବେକାନନ୍ଦ ଶିକ୍ଷାକେନ୍ଦ୍ର, କୋଦାର ଲେନ୍
ଏଠାରେ ଶତ ପ୍ରତିଶତ ଫଳ ହୋଇଛି। ୩ ଜଣ ପରୀକ୍ଷାର୍ଥୀ ‘ଏ-୧’ ଗ୍ରେଡ଼୍‌ ରଖିଛନ୍ତି। ସୁରଭି ପ୍ରୀୟଦର୍ଶନୀ ସର୍ବାଧିକ ୫୫୦ ମାର୍କ ରଖି ସ୍କୁଲ ଟପର୍‌ ହୋଇଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରତିଷ୍ଠାତା ଡ ଉପେନ୍ଦ୍ର ସାହୁ, ସମ୍ପାଦିକା ପ୍ରମିଳା ସାହୁ ଓ ଅଧ୍ୟକ୍ଷା ଅଞ୍ଜଳି ପଟ୍ଟନାୟକ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ଆଶ୍ବାସରେ ସମସ୍ତେ ପାସ୍‌
ମହତାବ ରୋଡ୍‌ସ୍ଥିତ ଆଶ୍ବାସ ସ୍କୁଲରେ ପରୀକ୍ଷା ଦେଇଥିବା ୨୦ ଜଣ ଯାକ ପରିକ୍ଷାର୍ଥୀ ପାସ୍‌ କରିଛନ୍ତି। ଏଭଳି ସଫଳତା ପରେ ବିଦ୍ୟାଳୟର ଅଧ୍ୟକ୍ଷା ମନ୍ଦାକିନୀ ମିଶ୍ର ସମସ୍ତ ଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ପୁରୁଣା ଭୁବନେଶ୍ବର
ପରୀକ୍ଷା ଦେଇଥିବା ୬୯ ଜଣ ଯାକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୪ଜଣ ‘ଏ୧’ ଗ୍ରେଡ୍‌ ପାଇଥିବା ବେଳେ ୬ ଜଣ ‘ଏ-୨’, ୧୮ ଜଣ ‘ବି୧’, ୧୨ ଜଣ ‘ବି୨’ରେ ରହିଛନ୍ତି। ଛାତ୍ରୀ ସାଇକ୍ରିଷ୍ଣା ପରିଡ଼ା ୫୬୪ ନମ୍ବର ରଖିଛନ୍ତି। ସଫଳତା ନେଇ ସେ କହିଛନ୍ତି ଯେ ସ୍କୁଲ ପାଠ ବ୍ୟତୀତ ଦିନକୁ ୧୨ରୁ ୧୪ ଘଣ୍ଟା ପରିଶ୍ରମ କରୁଥିଲି। ଭବିଷ୍ୟତରେ ଆଇଏଏସ୍‌ ଅଫିସର ହେବାକୁ ଲକ୍ଷ୍ୟ ରଖିଛି।

ତପୋବନରେ ୧୧୫ରୁ ୧୧୪ ପାସ୍‌
ଖଣ୍ଡଗିରିସ୍ଥିତ ତପୋବନ ବାଳକ ଉଚ୍ଚ ବିଦ୍ୟାଳୟରେ ୧୧୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ୧୧୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏ-୨ରେ ୮ଜଣ, ବି୧ରେ ୧୬ ଜଣ, ବି୨ରେ ୩୯ ଜଣ, ୨୭ଜଣ ସି, ୧୬ ଜଣ ଡି ଓ ୮ ଜଣ ଇ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସାହୁ କହିଛନ୍ତି।

ଶିବାନନ୍ଦରେ ଶତ ପ୍ରତିଶତ
ଖଣ୍ଡଗିରିସ୍ଥିତ ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚ ବିଦ୍ୟାଳୟରେ ଫଳାଫଳ ଶତ ପ୍ରତିଶତ ହୋଇଛି। ମୋଟ୍‌ ୮୪ଜଣ ଚଳିତ ବର୍ଷ ପରୀକ୍ଷା ଦେଇଥିବା ବେଳେ ସମସ୍ତେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏ-୨ରେ ୯ଜଣ, ବି୧ରେ ୧୯ଜଣ, ବି୨ରେ ୩୩ଜଣ, ସିରେ ୨୨ଜଣ ଓ ୩ ଜଣ ଡି ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସମ୍ବନ୍ଧିତ ଖବର