ରେନ୍‌ବୋ ଇଣ୍ଟରନ୍ୟାସନାଲ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ

ଭୁବନେଶ୍ବର: ରେନ୍‌ବୋ ଇଣ୍ଟରନ୍ୟାସନାଲ ବିଦ୍ୟାଳୟ (କ୍ୟାମ୍ପସ୍‌-୧)ରେ ବିଜ୍ଞାନ ମେଳା ‘ଜେନେସିସ୍‌’ର ଦ୍ବିତୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶଶିଭୂଷଣ ରଥ ମୁଖ୍ୟ ଅତିଥି, ନିରଞ୍ଜନ ମହାନ୍ତି, ବିଦ୍ୟାଳୟ ସଭାପତି ଅରୁଣ ମହାରଣା ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ‌ ଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ନନ୍ଦିତା ମାହୋତ ଏହାକୁ ଉଦ୍‌ଘାଟନ କରିଥିଲେ।

ଏହି ବିଜ୍ଞାନ ପ୍ରଦର୍ଶନୀରେ ତୃତୀୟରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ୩୦୦ରୁ ଊର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଏକ ଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ବହୁ ସଂଖ୍ୟାରେ ଅଭିଭାବକ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର