ଭୁବନେଶ୍ୱର : ନନ୍ଦନବିହାରସ୍ଥିତ ରେନ୍ବୋ ଇଣ୍ଟରନ୍ୟାସନାଲ ସ୍କୁଲର ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଶନିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଜ୍ଞାନମେଳା ଦେଖିବା ପାଇଁ ଅଭିଭାବକମାନଙ୍କ ଭିଡ଼ ହୋଇଥିଲା। ସେମାନେ ପ୍ରକଳ୍ପଗୁଡ଼ିକୁ ଦେଖି ପ୍ରଶଂସା କରିବା ସହ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷାଙ୍କ ସମେତ ଅନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ। ଯୋଗ୍ୟ ବବେଚିତ ପ୍ରକଳ୍ପଗୁଡ଼ିକ ଆଗାମୀ ଦିନରେ ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ସ୍ଥାନ ପାଇବ।
ରେନ୍ବୋ ଇଣ୍ଟର୍ନ୍ୟାସନାଲ ସ୍କୁଲରେ ବିଜ୍ଞାନ ମେଳା
/sambad/media/post_attachments/wp-content/uploads/2018/01/art.jpg)