ପଲିଥିନ୍‌ ବ୍ୟବହାର ନ କରିବାକୁ ବାର୍ତା

କୁନି ପିଲାଙ୍କ ହାତରେ ବିଜ୍ଞାନ

ପୁରୁଣା ଭୁବନେଶ୍ୱର : ପଲିଥିନ୍‌ ବ୍ୟବହାର ଦ୍ୱାରା ରୋଗ ବୃଦ୍ଧି ପାଇବା ସହ ପରିବେଶ ନଷ୍ଟ ହେବ। ଏହାକୁ ବ୍ୟବହାର ନକରିବା ପାଇଁ କୁନି କୁନି ପିଲା ଆଜି ଅନ୍ତର୍ଜାତୀୟ ବିଜ୍ଞାନ ଦିବସରେ ବାର୍ତା ଦେଇଛନ୍ତି। ସେହିପରି ଟ୍ରାଫିକ୍ ନିୟମ ମାନିବା, ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ପରି ବିଭିନ୍ନ ବାର୍ତା ଦଇଥିଲେ କୁନି କୁନି ପିଲା। ସାମନ୍ତରାପୁରସ୍ଥିତ ସେଣ୍ଟ୍‌ ଜାଭିୟର୍ସ ହାଇସ୍କୁଲର ବାର୍ଷିକ ବିଜ୍ଞାନ ମେଳାରେ ଏପରି ବାର୍ତା ଦର୍ଶକଙ୍କୁ ଆକର୍ଷଣ କରିଥିଲା। ମୁଖ୍ୟ ଅତିଥି ଭାବେ ସନ୍ତୋଷ କୁମାର ମିଶ୍ର ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ଜାଭିୟର୍ସ ଗ୍ରୁପ୍‌ର ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ଅଷ୍ଟୋନୀ ହାରୀ, କୀର୍ତିଶ୍ରୀ ଆର୍ଲ୍ୟାଣ୍ଡ, ବିଷ୍ଣୁପ୍ରିୟା ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସ୍କୁଲର ଅଧକ୍ଷ୍ୟା ଏସ୍ଆର୍ ଆଲାଣ୍ଡ, ନିର୍ଦେଶକ ଅଜିତ ଦାଶ ଓ ଶିକ୍ଷକ/ ଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲେ। ଏଥିରେ ୩ଶହରୁ ଊର୍ଧ୍ବ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

ସମ୍ବନ୍ଧିତ ଖବର